କରୋନା ମୁକାବିଲା ପାଇଁ କେନ୍ଦ୍ରର ନୂଆ ରଣନୀତି: ଫୋନ କରି ପଚାରିବେ ସ୍ୱାସ୍ଥ୍ୟ ଅବସ୍ଥା ସହ କରୋନାର ସ୍ଥିତି; ଜାରି ହେଲା ନୂଆ କଲ ନମ୍ବର ୧୯୨୧

ପରିଚାଳନା କରିବ ଏନଆଇସି

1,107

କନକ ବ୍ୟୁରୋ: କରୋନା ଦେଶରେ କେତେଦୂର ବ୍ୟାପିଛି ଏବଂ ତାହାର ସ୍ଥ୍ିତି ଆକଳନ ଓ ସଚେତନତା ପାଇଁ କେନ୍ଦ୍ର ସରକାର ନେଇଛନ୍ତି ଏକ ବଡ ପଦକ୍ଷେପ । ଏଣିକି ଆପଣଙ୍କ ଫୋନକୁ କଲ୍ ଆସିବ ଏବଂ କରୋନା ନେଇ କିଛି ତଥ୍ୟ ସଂଗ୍ରହ କରାଯିବ । ଏଭଳି ଢଙ୍ଗରେ ସାରା ଦେଶରେ କରୋନା ମୁକାବିଲାର ତଥ୍ୟ ସଂଗ୍ରହ କରିବାକୁ ଚାହୁଁଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏଥି ପାଇଁ ଏକ କଲ୍ ନମ୍ବର ଜାରି କରିଛି ବିଭାଗ ।

ନମ୍ବରଟି ହେଉଛି ୧୯୨୧ । ଏହି ନମ୍ବରରୁ ଆପଣଙ୍କୁ କଲ୍ୟିବ ଏବଂ ଆପଣଙ୍କୁ କରୋନା ସଂପର୍କିତ କିଛି ତଥ୍ୟ ପଚାରିବେ । ଏହାର ସଠିକ ଉତର ଦେବେ ଏବଂ କଲ୍ କରୁଥିବା କର୍ମୀଙ୍କୁ ସହଯୋଗ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଏହା ଜାତୀୟ ସୂଚନା କେନ୍ଦ୍ର – ଏନଆଇସି ଜରିଆରେ କରାଯିବ । ଅନ୍ୟପଟେ ୧୯୨୧ ଛଡା ଅନ୍ୟକୌଣସି ନମ୍ବରରୁ କଲ୍ ଆସିଲେ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି ।