କନକ ବ୍ୟୁରୋ: ଯେଉଁଠି ନୃଶଂସତାର ସୀମା ଟପି ସଇତାନମାନେ ଅପରାଧ ଘଟାଇଥିଲେ, ସେହି ସ୍ଥାନରେ ଘଟିଲା ସେମାନଙ୍କ ଅନ୍ତ । ଅପରାଧୀଙ୍କ ବିରୋଧରେ ସାରା ଦେଶରେ ପ୍ରତିଶୋଧର ଯେଉଁ ବହ୍ନି ଜଳୁଥିଲା, ତାକୁ ଲିଭାଇ ଦେଇଛି ସାଇବରାବାଦ ପୋଲିସ । ପୋଲିସର ଏହି ଏନକାଉଂଟର, ବିଳମ୍ବିତ ନ୍ୟାୟ ପ୍ରକ୍ରିୟା ପାଇଁ ଲୋକଙ୍କ ମଧ୍ୟରେ ଥିବା ପୁଂଜିଭୁତ ଅସନ୍ତୋଷ ଉପରେ ମଲମ ଲଗାଇ ଦେଇଛି । ଆଉ ସାଇବରାବାଦ ପୋଲିସ କମିସନର ଭିସି ସଜ୍ଜନାର ଏବେ କୋଟି କୋଟି ଭାରତୀୟଙ୍କ ପାଇଁ ହିରୋ ସାଜିଛନ୍ତି । ଠିକ୍ ୧୧ ବର୍ଷ ପୂର୍ବରୁ ଦୁଇ ଇଂଜିନିୟରିଂ ଛାତ୍ରୀଙ୍କ ଉପରେ ଏସିଡ୍ ମାଡ କରିଥିବା ତିନି ଜଣ ଅପରାଧୀଙ୍କୁ ବି ଏନକାଉଂଟର କରି ଉଡାଇ ଦେଇଥିଲେ ଆଇପିଏସ୍ ସଜ୍ଜନାର ।
ଏନକାଉଂଟର ମାଷ୍ଟର ସାଇବରାବାଦ ପୋଲିସ କମିସନର ଭିସି ସଜ୍ଜନାର । ଯାହାଙ୍କ ନାଁ ଶୁଣିଲେ ଅପରାଧୀଙ୍କ ଛାତି ଥରିଯାଏ । କୁହାଯାଉଛି, ୪ ଅଭିଯୁକ୍ତଙ୍କୁ ଏନ୍କାଉଂଟରରେ ଉଡ଼ାଇ ଦେଇଦେବା ପଛରେ ରହିଛି ସଜ୍ଜନାରଙ୍କ ବଡ଼ ଭୂମିକା । ଏଥିପାଇଁ ୧୯୯୬ର ଏହି ଆଇପିଏସ ଅଫିସରଙ୍କ ପାଇଁ ପ୍ରଶଂସାର ସୁଅ ଛୁଟୁଛି ।
() ଅପରାଧୀଙ୍କୁ ଗୁଳି ମାରି ଉଡାଇ ଦେବା, ଆଇପିଏସ୍ ସଜ୍ଜନାରଙ୍କ ପୁରୁଣା ଷ୍ଟାଇଲ୍ । ଘଟଣାସ୍ଥଳରେ ତ୍ୱରିତ ନିଷ୍ପତି ନେଇ ଅପରାଧୀଙ୍କ ନିପାତ କରିବାରେ ସିଦ୍ଧହସ୍ତ ଏହି ଆଇପିଏସ ଅଧିକାରୀ । ୱାରଙ୍ଗଲର ଏସପି ଥିବା ବେଳେ ୨୦୦୮ ମସିହାରେ ବି ଏନକାଉଂଟର କରି ଚର୍ଚ୍ଚାକୁ ଆସିଥିଲେ ଭିସି ସଜ୍ଜନାର । ତାଙ୍କରି ନେତୃତ୍ୱରେ ଦୁଇ ଇଂଜିନିୟର ଛାତ୍ରୀଙ୍କୁ ଏସିଡ ମାଡ଼ କରିଥିବା ତିନି ଅଭିଯୁକ୍ତଙ୍କୁ ଏନକାଉଂଟର କରିଥିଲେ । ୧୧ ବର୍ଷ ପୂର୍ବର ଏହି ଘଟଣା, ପୁଣିଥରେ ଦେଶବ୍ୟାପୀ ଚର୍ଚ୍ଚା ହେଉଛି ।
() ହାଇଦ୍ରବାଦ ମହିଳା ଭେଟେନାରୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ଜଘନ୍ୟ ହତ୍ୟା ଘଟଣାରେ ଯେତେବେଳେ ପୋଲିସର ଭୂମିକାକୁ ନେଇ ସମାଲୋଚନା କରାଗଲା । ସେତେବେଳେ ସାମନାକୁ ଆସିଥିଲେ ସାଇବରାବାଦ ପୋଲିସ କମିସନର୍ । ଅଭିଯୁକ୍ତଙ୍କୁ ଗିରଫ କରିବା ଥିଲା ତାଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଂଜ । ଏହି ଚ୍ୟାଲେଂଜକୁ ଗ୍ରହଣ କରି ତଦନ୍ତକୁ ଆଗେଇ ନେଇଥିଲେ ଭିସି ସଜ୍ଜନାର ।
ନଜର ପକାନ୍ତୁ ପୂରା ଘଟଣାକ୍ରମକୁ ..
ନଭେମ୍ବର ୨୭ – ହସ୍ପିଟାଲରୁ ଘରକୁ ଫେରୁଥିବା ବେଳେ ନିଖୋଜ ହୋଇ ଯାଇଥିଲେ ମହିଳା ଭେଟେନାରୀ ଡାକ୍ତର ‘ଦିଶା’
ନଭେମ୍ବର ୨୮ – ସାଦନଗରର ଏକ କଲଭଟ୍ ତଳେ ମିଳିଥିଲା ‘ଦିଶା’ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ
ନଭେମ୍ବର ୨୯ – ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ୪ ଅଭିଯୁକ୍ତ ଗିରଫ
ନଭେମ୍ବର ୩୦ – ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ଓ ୪ ଅଭିଯୁକ୍ତଙ୍କୁ ୧୪ ଦିନିଆ ରିମାଣ୍ଡରେ ନେଲା ପୋଲିସ
ଡିସେମ୍ବର ୬ - ଅପରାଧ ସ୍ଥଳକୁ ଅଭିଯୁକ୍ତଙ୍କୁ ନେଲା ପୋଲିସ, ଖସିବାକୁ ଉଦ୍ୟମ କଲାବେଳେ ପୋଲିସ ଗୁଳିରେ ମୃତ
ତେବେ ତେଲେଙ୍ଗାନାରେ ମାଓବାଦୀ କାର୍ଯ୍ୟକଳାପକୁ ରୋକ ଲଗାଇବାରେ ପ୍ରମୁଖ ଭୂମିକା ତୁଲାଇଥିବା ଆଇପିଏସ ଭିସି ସଜ୍ଜନାର୍ ଆଜି ଗୋଟିଏ ଦିନରେ ଘରେ ଘରେ ଏକ ପରିଚିତ ନାଁ ପାଲଟି ଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/Screen-Shot-2019-12-06-at-7.47.41-PM.png)
/kanak/media/post_attachments/wp-content/uploads/2019/12/CVSajjanar750.jpg)
/kanak/media/post_attachments/wp-content/uploads/2019/12/DmoocOvVsAIpp7i-1575605898.jpg)
/kanak/media/post_attachments/wp-content/uploads/2019/11/crime.jpg)
/kanak/media/post_attachments/wp-content/uploads/2019/12/sajjanar.png)