କନକ ବ୍ୟୁରୋ: ମହିଳା ତହସିଲଦାରଙ୍କୁ ଜିଅନ୍ତା ଜାଳିଦେଲା ଦୁର୍ବୃତ୍ତ । ତେଲେଙ୍ଗାନାରୁ ଆସିଲା ଅଭାବନୀୟ ଘଟଣା । ରଙ୍ଗାରେଡ୍ଡୀ ଜିଲ୍ଲା ଅବଦୁଲାପୁରମେଟା ତହସିଲ ଦାରଙ୍କୁ ଜିଅନ୍ତା ନିଆଁ ଲଗାଇ ହତ୍ୟା କରାଯାଇଛି । ତେବେ ଏଭଳି ଉନ୍ମତ୍ତକାଣ୍ଡ ଘଟାଇବା ପରେ ଅପରାଧୀ ଫେରାର ହୋଇଯାଇଛି ।
ଦକ୍ଷୀଣ ଭାରତ ରାଜ୍ୟ ତେଲେଙ୍ଗାନାରେ ଅପରାଧୀଙ୍କ ସାହସ ଏତେ ମାତ୍ରାରେ ବଢିଯାଇଛି କି, ପୋଲିସର ଡର କେଉଁ ଆଡେ ଚାଲିଯାଇଛି । ଗତ କିଛି ଦିନ ତଳେ ଜଣେ ମହିଳା ବନବିବାଗ କର୍ମଚାରୀଙ୍କୁ ମାରପିଟ୍ କରିବାର ଘଟଣା ସାମ୍ନାକୁ ଆସିଥିଲା ଆଉ ଆଜି ଅଫିସରେ ପସି ମହିଳା ତହସିଲଦାରଙ୍କୁ ଜିଅଁତା ଜାଳିଦେବାର ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ମହିଳା ତହସିଲଦାର ଅଫିସରେ ବସି କାମ କରୁଥିଲେ । ଏଥି ମଧ୍ୟରେ ଜଣେ ବ୍ୟକ୍ତି ଆସି ତାଙ୍କ ଉପରେ ପେଟ୍ରୋଲ ଢାଳିବା ଆରମ୍ଭ କରିଦେଇଥିଲେ । ଆଖପାଖରେ ଥିବା ଲୋକେ କିଛି ବୁଝିବା ପୂର୍ବରୁ ଦୁର୍ବୁତ୍ତ ଜଣକ ମହିଳାଙ୍କ ଦେହରେ ନିଆଁ ଲଗାଇଦେଇଥିଲା । ମହିଳାଙ୍କୁ ବଞ୍ଚାଇବାକୁ ଦୁଇଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ସେଥି ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେପଟେ ଘଟଣାର କାରଣ ଜଣା ପଡିନଥିବା ବେଳେ ପୋଲିସ ଘଟଣାର ଛାନଭିନ୍ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/burnt-alive-650_052015045040_2_0_0.jpeg)