ଓଡ଼ିଶା ମୁହାଁ ତେଲେଙ୍ଗାନା ମୂଷା ! ଲମ୍ବରେ ବିରାଡ଼ିଠୁ ବଡ଼, ଓଜନ ଦେଢ଼ କିଲୋ

367

କନକ ବ୍ୟୁରୋ: ନବରଙ୍ଗପୁରରେ ଚାଞ୍ଚଲ୍ୟ । ତେଲେଙ୍ଗାନା ଅଞ୍ଚଳର ୨ ଫୁଟିଆ ମୂଷା ଏବେ ନବରଙ୍ଗପୁର ଜିଲ୍ଲା ମୁହାଁ ହୋଇଛନ୍ତି। ମୂଷାମାନଙ୍କ ଆକାର ବିରାଡି ସଦୃଶ୍ୟ ହୋଇଥିବା ବେଳେ ଏଭଳି ମୂଷାଙ୍କୁ ଦେଖି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ବାତାବରଣ ଲାଗିରହିଛି। ପୂର୍ବରୁ ନବରଙ୍ଗପୁର ଜିଲାରେ ଏତେ ବଡ଼ ଆକାର ମୂଷା ନଥିବା ଯୋଗୁଁ ମୂଷାଙ୍କ ଆକାରକୁ ନେଇଁ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏଭଳି ବିରାଟ କାୟ ମୂଷା ଦଳ ତେଲେଙ୍ଗାନା ତଥା ବାହାର ରାଜ୍ୟରୁ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ପହଞ୍ଚିଥିବା ସାଧାରଣରେ ଆଲୋଚନା ହେଉଛି । ମେଗା ଜଳ ଯୋଗାଣ ପ୍ରକଳ୍ପ ପାଇଁ ବ୍ୟବହାର ନିମନ୍ତେ ବାହାର ରାଜ୍ୟରୁ ଅଣାଯାଇଥିବା ପାଇପ ଯୋଗେ ମୂଷା ନବରଙ୍ଗପୁର ଜିଲ୍ଲାକୁ ଚାଲି ଆସିଥୁବା ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଲମତାଗୁଡାଠାରେ ମେଗା ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଛି । ଇନ୍ଦ୍ରାବତୀ ଜଳ ଭଣ୍ଡାର ପାଣିକୁ ଏହି ପ୍ରକଳ୍ପ ଦ୍ୱାରା ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି, ପାପଡାହାଣ୍ଡି ଓ କୋଷାଗୁମୁଡା ବ୍ଲକବାସୀଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ସରକାର ବ୍ୟବସ୍ଥା କରୁଛନ୍ତି । ଏଥିପାଇଁ ବାହାର ରାଜ୍ୟରୁ ପର୍ଯ୍ୟାପ୍ତ ପରିମାଣରେ ପାଇପ ଆସିଛି। ତେବେ ଏହି ପାଇପରେ ବିରାଟକାୟ ମୂଷାଗୁଡିକ ଚାଲି ଆସିଥିବା ଜଣାପଡିଛି ।

ମୂଷା ଗୁଡାକର ଓଜନ ପ୍ରାୟ କିଲେ କି ଦେଡ଼ କିଲୋ ହେବ, ଏଭଳି ମୂଷା ଆମ ଜିଲ୍ଲା ପାଇଁ ସମ୍ପୂର୍ଣ୍ଣ ନୂଆ, ପ୍ରତ୍ୟେକ ଦିନ ଏଭଳି ମୂଷା ଲୋକଙ୍କ ଘରେ ଦେଖିବାକୁ ମିଳୁଛି। ପୂର୍ବରୁ ଏମିତି ଆକୃତିର ମୂଷା ଲୋକେ ଦେଖିନଥୁବାରୁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଦେଖା ଦେଇଛି। ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଏହି ବ୍ରିଡ଼ ମୂଷାଙ୍କ ବଂଶ ବିସ୍ତାର ହେଲେ ପରିସ୍ଥିତି ଅଣାୟତ୍ତ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗତ କିଛିଦିନ ହେଲା ତେନ୍ତୁଳିଖୁଣ୍ଟି ସଦର ମହକୁମା ସମେତ ଆଖ ପାଖ ଅଞ୍ଚଳରେ ପ୍ରତ୍ୟକ ଦିନ ଏହି ମୂଷା ନଜରକୁ ଆସୁଥିବାରୁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଚିନ୍ତାର ବିଷୟ ହୋଇଛି । ଲୋକଙ୍କ ଗୃହରେ ଏହି ବାହାର ରାଜ୍ୟ ମୂଷାଙ୍କ ବଂଶ ବିସ୍ତାର ହେଲେ ଅନେକ କ୍ଷତି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ଆଲୋଚନା ହେଉଛି।