ହାଇଦ୍ରାବାଦ ପ୍ରୀତି ହତ୍ୟା ମାମଲାରେ ସାମ୍ନାକୁ ଆସିଲା କାରଣ, ଛାତ୍ର ମହମ୍ମଦ ଅଲ୍ଲୀଙ୍କ ରାଗିଂର ହୋଇଥିଲେ ଶିକାର!

98

କନକ ବ୍ୟୁରୋ:  ତେଲେଙ୍ଗାନାର ହାଇଦ୍ରାବାଦରେ ଚାରି ଦିନ ପୂର୍ବେ ଆତ୍ମହତ୍ୟା ଉଦ୍ୟମ କରିଥିବା ୨୬ବର୍ଷୀୟା ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ପ୍ରୀତି ନାମ୍ନୀ ଏହି ଛାତ୍ରୀ କଥିତ ଭାବେ ସିନିୟରଙ୍କ ରାଗିଂରେ ଚିନ୍ତାରେ ରହି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ସେ କାମ କରୁଥିବା ଏମଜିଏମ ଡାକ୍ତରଖାନାରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେହି ସମୟରେ ସେ ରାତ୍ରୀକାଳୀନ ଡ୍ୟୁଟିରେ ନିୟୋଜିତ ଥିଲେ । ଆତ୍ମହତ୍ୟା ଉଦ୍ୟମ ପରେ ପ୍ରୀତିଙ୍କୁ ଡାକ୍ତରଖାନାରୁ ବେହୋଶ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ ୱାରଙ୍ଗଲର ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେ ୪ଦିନର ସଂଘର୍ଷ ପରେ ପ୍ରାଣ ହରାଇଛନ୍ତି । ତାଙ୍କ ବାପାଙ୍କ ଅଭିଯୋଗ ପରେ ପୋଲିସ ମହମ୍ମଦ ଅଲ୍ଲୀ ନାମକ ଜଣେ ଛାତ୍ରଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ରାଗିଂ, ଆତ୍ମହତ୍ୟା କରିବାକୁ ଉୁସକାଇବା ଏବଂ ଏସସି-ଏସଟି ଅଧିନିୟମରେ ମାମଲା ରୁଜୁ କରିଛି ।