କନକ ବ୍ୟୁରୋ : ହାଇଦ୍ରାବାଦର ଏକ ରାଲିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ଅପମାନିତ ହେବାକୁ ପଡିଛି । ସେ ଏକ ଷ୍ଟେଜରେ ଭାଷଣ ଦେଇଥିବା ବେଳେ ଜଣେ ଲୋକ ହଠାତ ଷ୍ଟେଜ ଉପରକୁ ଚଢିଯାଇ ହିମନ୍ତ ବିଶ୍ୱଶର୍ମାଙ୍କ ମୁହଁରୁ ମାଇକ ଛଡାଇ ଆଣିଛନ୍ତି । ଏହାକୁ ଦେଖି ବିଜେପି ନେତାମାନେ ଚକିତ ହୋଇଯାଇଛନ୍ତି । କେବଳ ସେତିକି ନୁହେଁ ଏହି କ୍ରମରେ ଅନ୍ୟ ଅତିଥିମାନେ ଯେତେବେଳେ ସଂପୃକ୍ତ ବ୍ୟକ୍ତିଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ବ୍ୟକ୍ତିଜଣଙ୍କ ହିମନ୍ତ ବିଶ୍ୱଶର୍ମାଙ୍କ ସହ ଭିଡି ଯାଇଥିଲେ ।

Advertisment

ଏସବୁ ଭିତରେ ଅନ୍ୟଲୋକମାନେ ସେହି ଲୋକ ଜଣଙ୍କୁ ଟାଣି ଟାଣି ମଞ୍ଚ ତଳକୁ ନେଇ ଆସିଥିଲେ । ସେପଟେ ହିମନ୍ତ ବିଶ୍ୱଶର୍ମାଙ୍କ ଏହି ରାଲିକୁ ବିରୋଧ କରି ଟିଆରଏସ କର୍ମୀମାନେ ହୋ ହାଲ୍ଲା କରିଥିବା ମଧ୍ୟ ଦେଖିବାକୁ ମିଳିଛି । ବିଜେପି ଅଭିଯୋଗ କରିଛି ସଂପୃକ୍ତ ବ୍ୟକ୍ତିଜଣଙ୍କ ଟିଆରଏସ ନେତା ପଠାଇଥିଲେ ।

ସୂଚନା ଥାଉକି ହାଇଦ୍ରାବାଦ ଗସ୍ତରେ ଯାଇ ଆସାମ ମୁଖ୍ୟମନ୍ତ୍ରୀ ପ୍ରଥମେ ମହାଲକ୍ଷ୍ମୀ ମନ୍ଦିରରେ ପୂଜା କରିଥିଲେ । ସେଠାରେ ବାହାରି ସେ କହିଥିଲେ କି ସରକାର କେବଳ ଦେଶ ଓ ଦେଶର ପ୍ରଜାମାନଙ୍କ ହିତରେ ହେବା ଆବଶ୍ୟକ । ସରକାର କେବେ ବି ପରିବାରର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ଉଚିତ୍ ନୁହେଁ ।