ତେଲେଙ୍ଗାନାର କରିମ୍ ନଗରରେ ସ୍ୱାସ୍ଥ୍ୟବିଭାଗର ୩ ଜଣ କର୍ମଚାରୀଙ୍କୁ ସସପେଣ୍ଡ୍ କରିଦିଆଯାଇଛି । କାରଣ ହେଉଛି ରୋଗ । ହଁ ଆଜ୍ଞା, ସ୍ୱାସ୍ଥ୍ୟବିଭାଗର ଏହି କର୍ମଚାରୀ ଗମ୍ଭୀର ରୋଗରେ ପୀଡିତ ଥିଲେ । ଏହି ରୋଗ ସଂକ୍ରମଣ ଭଳି ଏବେ ଚାରିଆଡେ ଧିରେ ଧିରେ ବ୍ୟାପୁଛି । ପିଲାଠୁ ଆରମ୍ଭ କରି ବୁଢା , ବେରୋଜଗାର ଠାରୁ ଆରମ୍ଭ କରି ଚାକିରୀଆ ମଧ୍ୟ ଏହି ରୋଗରେ ପୀଡିତ । ଏମିତିକି ସବୁ ରୋଗର ଚିକିତ୍ସା କରୁଥିବା ଡାକ୍ତରଙ୍କୁ ବି ଏହି ରୋଗ ଲାଗିସାରିଛି , ରୋଗର ନାଁ ହେଉଛି ଟିକଟକ୍ । ସରକାରୀ କର୍ମଚାରୀଙ୍କୁ ଅନ୍ ଡ୍ୟୁଟି ଟିକଟକ୍ କରିବା ଏବେ ମହଙ୍ଗା ପଡିଛି । ଏହି କର୍ମଚାରୀ ଜିଲ୍ଲା ହସ୍ପିଟାଲ୍ ପରିସରରେ ଟିକଟକ୍ ଭିଡିଓ ବନାଉଥିଲେ ଯାହା ଶନିବାର ସୋସିଆଲ୍ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଭାଇରାଲ୍ ହୋଇଥିଲା । ଏହି ଭିଡିଓ ଭାଇରାଲ୍ ହେବା ପରେ ଉଚ୍ଚ ଅଧିକାରୀମାନେ ଜିଲ୍ଲା ହସ୍ପିଟାଲର ଜୁନିଅର୍ ଆସିଷ୍ଟାଣ୍ଟ୍ ସମଥା,ଟି . ଦିବ୍ୟମଣୀ ଏବଂ ଲ୍ୟାବ୍ ଆଟେଣ୍ଡାଣ୍ଟ୍ ବାଇ ଜୟଲକ୍ଷ୍ମୀଙ୍କୁ ସସପେଣ୍ଡ କରିଛନ୍ତି ।
ସେପଟେ ବିଶାଖାପାଟନମରେ ଏଭଳି ସମ ମାମଲାରେ ଦୁଇଜଣ ପୋଲିସକର୍ମୀଙ୍କୁ ଚେତାବନୀ ଜାରୀ କରାଯାଇଛି । ଏହି ୨ ପୋଲିସକର୍ମୀ ୟୁନିଫର୍ମ ପିନ୍ଧି ଅନ୍ ଡ୍ୟୁଟିରେ ଟିକଟକ୍ ଭିଡିଓ ସୁଟ୍ କରୁଥିଲେ । ଏହି ଦୁଇ ପୋଲିସକର୍ମୀ ବିଶାଖାପାଟନମର ଶକ୍ତି ଟିମ୍ ସହ ଜଡିତ ଅଛନ୍ତି । ଶନିବାର ପୋଲିସ୍ ଭ୍ୟାନ୍ ଭିତରେ ବସି ସେମାନେ ଟିକଟକ୍ ଭିଡିଓ ବନାଉଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/07/tiktok_museums-1.jpg)
/kanak/media/post_attachments/wp-content/uploads/2019/07/7-tiktok-300x177.jpg)