କନକ ବ୍ୟୁରୋ : ଆଜି ଭୋଟ ଦେଉଛି ତେଲେଙ୍ଗାନା । ୧୧୯ ବିଧାନସଭା ଆସନ ପାଇଁ ଆଜି ତେଲେଙ୍ଗାନାରେ ନିର୍ବାଚନ ହେଉଛି । ମୋଟ ୨୨୯୦ ଜଣ ପ୍ରାର୍ଥୀ ଏଥିର ମଇଦାନକୁ ଓହ୍ଲାଇଛନ୍ତି । ୩ କୋଟି ୨୬ ଲକ୍ଷ ଲୋକେ ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ । ରାଜ୍ୟରେ ମୋଟ ୩୫ ହଜାର ୬୫୫ ଟି ମତଦାନ କେନ୍ଦ୍ରରେ ଭୋଟିଂ ହେବ । ସକାଳ ୭ଟାରୁ ସନ୍ଧ୍ୟା ୫ ଟାଏ ଯାଏଁ ଲୋକେ ଭୋଟ ଦେଇପାରିବେ । ନିର୍ବାଚନ ପାଇଁ ପୁଲିସ ପକ୍ଷରୁ କଡ଼ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଉଗ୍ରବାଦୀ କାର୍ଯ୍ୟକଳାପ ପ୍ରଭାବିତ ୧୩ଟି ଆସନରେ ଅପରାହ୍ନ ୪ଟା ସୁଦ୍ଧା ମତଦାନ ସାରିବାକୁ ନିଷ୍ପତି ନିଆଯାଇଛି ।

Advertisment

ତେବେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଆରଏସର ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ତାଙ୍କ ପୁଅ କେଟିଆର ଅଛନ୍ତି । ସେହିପରି ବିଜେପିର ଲୋକସଭା ସାଂସଦ ବାନ୍ଦି ସଞ୍ଜର କୁମାର, ଡି ଅରବିନ୍ଦ ସୋୟମ ବାପୁରାଓ ଏବଂ କଂଗ୍ରେସର ଏ. ରେବନ୍ତ ରେଡି, ଉତର କୁମାର ରେଡି, ଏଆଇଏମଆଇଏମ ନେତା ଅସଦୁଦ୍ଦିନ ୱୱେସୀଙ୍କ ପରି ହେବିୱେଟ୍ ନେତା ଅଛନ୍ତି । ତେବେ ଏଥର ତେଲେଙ୍ଗାନାରେ ବିଆରଏସ ଏବଂ କଂଗ୍ରେସ ମଧ୍ୟରେ କଡା ଟକର ଦେଖିବାକୁ ମିଳିବ ବୋଲି କୁହାଯାଉଛି । ତେବେ ନିର୍ବାଚନ ପୂର୍ବରୁ ଦୃଢୋକ୍ତି ପ୍ରକାଶ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ତେଲେଙ୍ଗାନା ସମେତ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କଂଗ୍ରେସ ସରକାର ଗଢିବ ବୋଲି କହିଛନ୍ତି କଂଗ୍ରେସ ସୁପ୍ରିମୋ ।