ଅଟୋରେ ବୁହା ହେଲା ଆକ୍ରାନ୍ତଙ୍କ ଶବ । ବିନା କୌଣସି ସୁରକ୍ଷାରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କଲେ ମେଡିକାଲ କର୍ତ୍ତୃପକ୍ଷ

ଶବକୁ ମିଳିଲାନି ସମ୍ମାନ

472

କନକ ବ୍ୟୁରୋ: କରୋନାରେ ଜୀବନ ଗଲା ପରେ ଶବକୁ ମିଳିଲାନି ସମ୍ମାନ । ଅଟୋ ରିକ୍ସାରେ ବୁହା ହେଲା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ମୃତଶରୀର । ଏଭଳି ଏକ ଅଭାବନୀୟ ଘଟଣା ତେଲେଙ୍ଗାନାରୁ ସାମ୍ନକୁ ଆସିଛି ।
ସୂଚନା ଅନୁସାରେ, ତେଲେଙ୍ଗାନା ନିଜାମୁଦ୍ଧିନର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ହେବା ପରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଶବକୁ ଘରଲୋକଙ୍କୁ ହସ୍ତାନ୍ତର କାଯାଇଛି । ସବୁଠୁ ବଡକଥା ହେଉଛି ବିନା କୌଣସି ସୁରକ୍ଷାରେ କିମ୍ବା ବିନା ସ୍ୱାସ୍ଥ୍ୟକର୍ମୀରେ ଶବକୁ ଘର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପରିବାର ଲୋକ ଆମ୍ବୁଲାନ୍ସକୁ ଅପେକ୍ଷା କରିଥିଲେ ବି ହସ୍ପିଟାଲ ପକ୍ଷରୁ ଆମ୍ବୁଲାନ୍ସର କୌଣସି ବ୍ୟବସ୍ଥା କରାଯାଇନଥିଲା
ତେବେ ମୃତକଙ୍କ ପରିଜନ ଆମ୍ବୁଲାନ୍ସସକୁ ଅପେକ୍ଷା ନକରି ଅଟୋ ରିକ୍ସାରେ ମୃତଶରୀରକୁ ଶ୍ମାସାନକୁ ନେଇଥିବା କହିଛନ୍ତି ଡାକ୍ତରଖାନର ସୁପରିଟେଣ୍ଡଟ । ପ୍ରକୃତରେ, ମୃତ ବ୍ୟକ୍ତିଙ୍କ ଜଣେ ସମ୍ପର୍କୀୟ ସେହି ଡାକ୍ତରଖାନାରେ କାର୍ଯ୍ୟ କରୁଛନ୍ତି ତେଣୁ ଶବକୁ ପରିଜନଙ୍କୁ ହସ୍ତାନ୍ତର କରିବା ପାଇଁ ସେ ଅନୁରୋଧ କରିଥିଲେ । ଯାହା ଫଳରେ ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।