ତେଲେଙ୍ଗାନାରେ ଅନର୍ କିଲିଙ୍ଗ୍ ର ଏକ ଖବର କିଛି ମାସ ପୂର୍ବରୁ ଖୁବ୍ ଚର୍ଚ୍ଚାରେ ଥିଲା । ୨୩ ବର୍ଷୀୟ ପ୍ରଣୟ କୁମାର ଏବଂ ୨୧ ବର୍ଷୀୟା ଅମୃତାଙ୍କ ସ୍କୁଲରୁ ଆରମ୍ଭ ହୋଇଥିବା ବନ୍ଧୁତା ପରେ ପ୍ରେମ ଏବଂ ବିବାହର ରୂପ ନେଇଥିଲା । କିନ୍ତୁ ଜାତିଗତ ଭେଦଭାବକୁ ନେଇ ଏହି ବିବାହକୁ ଅମୃତାଙ୍କ ପରିବାର ତରଫରୁ ସ୍ୱୀକୃତି ମିଳିନଥିଲା । କିନ୍ତୁ ପରିବାର ବିପକ୍ଷରେ ଯାଇ ପ୍ରେମୀଯୁଗଳ ବିବାହ ବନ୍ଧନରେ ବାନ୍ଧି ହେଲେ ଏବଂ ୮ ମାସର ବୈବାହିକ ବନ୍ଧନ ପରେ ଅମୃତା ଗର୍ଭବତୀ ହେଲେ ।
କିନ୍ତୁ ଅମୃତାଙ୍କ ବାପା ଏବଂ ଦାଦା ଏହି ବିବାହକୁ ନେଇ ସନ୍ତୁଷ୍ଟ ନଥିବାରୁ ଭଡାଟିଆ ଗୁଣ୍ଡା ଲଗାଇ ଗର୍ଭବତୀ ଥିବା ଅମୃତାଙ୍କ ସାମ୍ନାରେ ତାଙ୍କ ସ୍ୱାମୀଙ୍କୁ ଜିଅନ୍ତା ହାଣି ଦେଇଥିଲେ । ଏହି ଘଟଣା ଏକ ଡାକ୍ତରଖାନା ସାମ୍ନାରେ ହୋଇଥିଲା ସେତେବେଳେ ପ୍ରଣୟ ଅମୃତାଙ୍କ ଚେକଅପ୍ ପାଇଁ ଆସିଥିଲେ ଏବଂ ହତ୍ୟାର ସମ୍ପୁର୍ଣ୍ଣ ଭିଡିଓ ସିସିଟିଭିରେ କଏଦ୍ ହୋଇଥିଲା । ସେତେବେଳେ ସୋସିଆଲ୍ ମିଡିଆରେ ଏହି ଖବର ଖୁବ୍ ଭାଇରାଲ୍ ହୋଇଥିଲା । ଲୋକମାନେ ଅମୃତାଙ୍କ ପ୍ରତି ସମ୍ବେଦନଶୀଳ ହେଉଥିବା ବେଳେ ଦୋଷୀକୁ କଠୋର ଦଣ୍ଡ ଦେବାକୁ ମଧ୍ୟ କହିଥିଲେ ।
ଏହି ଘଟଣାର କିଛି ମାସ ପରେ ଅମୃତାଙ୍କ ସନ୍ତାନ ଜନ୍ମ ହୋଇଛି । ବିବାହ ପରେ ତାଙ୍କୁ ପରିବାର ତରଫରୁ ଧମକ ମିଳୁଥିବା ବେଳେ ସେ ରାଜ୍ୟ ପୋଲିସ୍ ଙ୍କୁ ସୁରକ୍ଷା ପାଇଁ ଆବେଦନ କରିଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ମିଳିନଥିଲା । ୨୦୧୮ ଜାନୁଆରୀ ୩୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ପ୍ରଣୟ ଏବଂ ଅମୃତାଙ୍କୁ ଦୁଇ ପରିବାର ତରଫରୁ ସ୍ୱୀକୃତିି ନମିଳିଥିଲେ ହେଁ ପରେ ପ୍ରଣୟଙ୍କ ପରିବାର ଏହି ବିବାହକୁ ଆପଣାଇଥିଲେ କିନ୍ତୁ ଅମୃତାଙ୍କ ପରିବାର ତରଫରୁ ଏନେଇ ସ୍ୱୀକୃତିି ମିଳୁନଥିଲା । ଏତେ ମାସ ପରେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିବାରୁ ଅମୃତା ଜନ୍ମର କିଛି ସମୟ ପରେ ଛୁଆକୁ ଧରି ଏକ ସୁନ୍ଦର ଫଟୋ ସେୟାର୍ କରିଛନ୍ତି । ଯେଉଁଥିରେ ପ୍ରଣୟଙ୍କ ଏକ ଫଟୋ ଆଗରେ ଅମୃତା କୋଳରେ ଛୁଆକୁ ଧରି ଠିଆ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/baby.jpg)
/kanak/media/post_attachments/wp-content/uploads/2019/02/HY17WIFEad-300x220.jpg)
/kanak/media/post_attachments/wp-content/uploads/2019/02/pranay-300x147.jpg)
/kanak/media/post_attachments/wp-content/uploads/2019/02/Pranay-Amrutha-300x286.jpg)