କନକ ବ୍ୟୁରୋ: ଗର୍ଭବତୀ ପଢନ୍ତୁ ରାମାୟଣର ସୁନ୍ଦରାକାଣ୍ଡ । ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୌନ୍ଦର୍ଯ୍ୟରାଜନ ରବିବାର ଏଭଳି କହିଛନ୍ତି ।  ଶିଶୁଙ୍କର ମାନସିକ ଓ ଶାରିରୀକ ସ୍ୱାସ୍ଥ୍ୟପାଇଁ ସୁନ୍ଦରାକାଣ୍ଡ ପାଠ କରିବା ଦରକାର । ରାମାୟଣ ମହାକାବ୍ୟ ସେମାନେ ପଢିବା ଆରମ୍ଭ କରିଦେବା ଦରକାର ।

Advertisment

ତାମିଲ ସାଇ ହେଉଛନ୍ତି ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ । ଆରଏସଏସ ସହ ଜଡିତ ସମ୍ବର୍ଦ୍ଧନୀ ନ୍ୟାସ ସଂଗଠନର କାର୍ଯ୍ୟକ୍ରମ ଗର୍ଭ ସଂସ୍କାରରେ ଯୋଗଦେଇ ତେଲେଙ୍ଗାନା ରାଜ୍ୟପାଳ ଏଭଳି ବୟାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାଙ୍କୁ ବୈଜ୍ଞାନିକ ତଥା ପାରମ୍ପରିକ ପଦ୍ଧତିରେ ଶିଶୁକୁ ଜନ୍ମ ଦେବା ଯୋଗୁ ସେମାନେ ସଂସ୍କାରୀ ଏବଂ ଦେଶଭକ୍ତ ହେବାର ଆଶା ରଖାଯାଇଛି ।