ଭାରତୀୟ ରାଜନୀତିରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଥିବା ରାଜସ୍ଥାନ ଓ ତେଲେଙ୍ଗାନା ରାଜ୍ୟ ବିଧାନସଭା ପାଇଁ ଆଜି ସକଳା ଭୋଟ ଗ୍ରହଣ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଉଭୟ ରାଜ୍ୟରେ ଆଜି ସକାଳ ୮ଟା ପର ଠାରୁ ଭୋଟିଂ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ ରାଜସ୍ଥାନରେ ବିଜେପି ଶାସନ କ୍ଷମତାରେ ଥିବା ବେଳେ ସେଠାରେ ସଚୀନ ପାଇଲଟଙ୍କ ନେତତ୍ୱାଧୀନ କଂଗ୍ରେସ ଦଳ ଏଥର ବିଜେପିକୁ ଗାଦିଚ୍ୟୁତ କରିବ ବୋଲି ଅଣ୍ଟା ଭିଡ଼ିଛି। ଆଉ ବିଜେପି ବିଗତ ଦିନର ସମସ୍ତ ପରମ୍ପରାକୁ ଭାଙ୍ଗି ଦ୍ୱିତୀୟ ବାର ବସୁନ୍ଧରା ରାଜେ ସିନ୍ଧିଆଙ୍କ ସରକାରକୁ ପୁଣି ଥରେ କ୍ଷମତାସୀନ କରିବାକୁ ଲାଗି ପଡ଼ିଛି।

Advertisment

publive-image

ସେହିପରି ତେଲେଙ୍ଗାନାରେ ମୁଖ୍ୟତଃ ତ୍ରିମୁଖୀ ଲଢ଼େଇ ହେଉଛି। କେ ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ, ବିଜେପି ଓ କଂଗ୍ରେସ -ଟିଡ଼ିପି ମେଣ୍ଟ ମଧ୍ୟରେ ତ୍ରିିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି। ନବଗଠିତ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ପୁଣି ଥରେ କ୍ଷମତା ହାସଲ ପାଇଁ ଜୋରାଦାର ଉଦ୍ୟମ କରୁଥିବା ବେଳେ ସେ କଂଗ୍ରେସ-ଟିଡିପି ଠାରୁ କଡ଼ା ମୁକାବିଲାର ସମ୍ମୂଖୀନ ହେଉଛନ୍ତି। ତେବେ ଗତ ବିଧାନସଭା ନିର୍ବାଚନରେ ମାତ୍ର ୫ଟି ବିଧାନସଭା ଆସନରୁ ବିଜୟୀ ହୋଇଥିବା ବିଜେପି ଏଥର ଏହି ସଂଖ୍ୟା ଆଖିଦୃଶିଆ ଭାବେ ବୃଦ୍ଧି କରି ଆଗାମୀ ୨୦୧୯ ନିର୍ବାଚନ ପାଇଁ ଜାତୀୟ ରାଜନୀତିର ସମୀକରଣ ପ୍ରସ୍ତୁତ ପାଇଁ ଯୋଜନାରେ ରହିଛି। ହାଇଦ୍ରାବାଦରେ ଦକ୍ଷିଣୀ ଚିତ୍ରତାରକା ମାନେ ଧାଡିରେ ଠିଆହୋଇ ଭୋଟ୍ ଦେବାକୁ ଅପେକ୍ଷା କରିବା ଦେଖିବାକୁ ମିଳିଛି। ଏହା ଭାରତୀୟ ଗଣତନ୍ତ୍ର ପାଇଁ ଏକ ଶୁଭ ଖବର ବୋଲି କୁହାଯାଉଛି। ଚିତ୍ର ତାରକା ନାଗାର୍ଜୁନ, ଆଲୁ ଅର୍ଜୁନ, ଅମଲା ଅକିନେନି ପ୍ରମୁଖ ଭୋଟ୍ ଦେବା ପାଇଁ ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଛି।