କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଆପକୁ କେସିଆରଙ୍କ ସମର୍ଥନ। କହିଲେ, ଆଜି ଦେଶରେ ଜରୁରୀକାଳୀନ ସ୍ଥିତିଠାରୁ ବି ଭୟଙ୍କର ସ୍ଥିତି

Advertisment
କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଆପକୁ କେସିଆରଙ୍କ ସମର୍ଥନ। କହିଲେ, ଆଜି ଦେଶରେ ଜରୁରୀକାଳୀନ ସ୍ଥିତିଠାରୁ ବି ଭୟଙ୍କର ସ୍ଥିତି

କନକ ବ୍ୟୁରୋ: ଦିଲ୍ଲୀ ସରକାରଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ପ୍ରସଙ୍ଗ । ସିଏମ କେଜ୍ରିୱାଲ ଏହାକୁ ନେଇ ନିଜ ସପକ୍ଷରେ ସମର୍ଥନ ଜୁଟାଇବାରେ ଲାଗିଛନ୍ତି । ଶନିବାର ଅରବିନ୍ଦ କେସିଆରଙ୍କୁ ସାକ୍ଷାତ କରିଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମହାରାଷ୍ଟ୍ର ପରେ ବର୍ତ୍ତମାନ ତେଲେଙ୍ଗାନାର ହାଇଦ୍ରାବାଦରେ ପହଞ୍ଚିଛନ୍ତି । ଏଠାରେ ସେ କେସିଆରଙ୍କୁ ଭେଟିଥିଲେ । ଦୁଇ ନେତା ମିଳିତ ଭାବେ ପ୍ରେସମିଟ କରିଥିଲେ । କେସିଆର ଦିଲ୍ଲୀ ସରକାରଙ୍କୁ ସମର୍ଥନ ଦେଉଥିବା ନେଇ ଘୋଷଣା କରିଥିଲେ । ସେ ଏହା ମଧ୍ୟ କହିଥିଲେ, କେନ୍ଦ୍ର ସରକାରଙ୍କୁ ଏହି ଅଧ୍ୟାଦେଶ ଫେରାଇନେବା ଦରକାର । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ ସାକ୍ଷାତବେଳେ ଉପସ୍ଥିତ ରହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe