କନକ ବ୍ୟୁରୋ: ଦିଲ୍ଲୀ ସରକାରଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ପ୍ରସଙ୍ଗ । ସିଏମ କେଜ୍ରିୱାଲ ଏହାକୁ ନେଇ ନିଜ ସପକ୍ଷରେ ସମର୍ଥନ ଜୁଟାଇବାରେ ଲାଗିଛନ୍ତି । ଶନିବାର ଅରବିନ୍ଦ କେସିଆରଙ୍କୁ ସାକ୍ଷାତ କରିଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମହାରାଷ୍ଟ୍ର ପରେ ବର୍ତ୍ତମାନ ତେଲେଙ୍ଗାନାର ହାଇଦ୍ରାବାଦରେ ପହଞ୍ଚିଛନ୍ତି । ଏଠାରେ ସେ କେସିଆରଙ୍କୁ ଭେଟିଥିଲେ । ଦୁଇ ନେତା ମିଳିତ ଭାବେ ପ୍ରେସମିଟ କରିଥିଲେ । କେସିଆର ଦିଲ୍ଲୀ ସରକାରଙ୍କୁ ସମର୍ଥନ ଦେଉଥିବା ନେଇ ଘୋଷଣା କରିଥିଲେ । ସେ ଏହା ମଧ୍ୟ କହିଥିଲେ, କେନ୍ଦ୍ର ସରକାରଙ୍କୁ ଏହି ଅଧ୍ୟାଦେଶ ଫେରାଇନେବା ଦରକାର । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ ସାକ୍ଷାତବେଳେ ଉପସ୍ଥିତ ରହିଥିଲେ ।
କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଆପକୁ କେସିଆରଙ୍କ ସମର୍ଥନ। କହିଲେ, ଆଜି ଦେଶରେ ଜରୁରୀକାଳୀନ ସ୍ଥିତିଠାରୁ ବି ଭୟଙ୍କର ସ୍ଥିତି
/kanak/media/post_attachments/wp-content/uploads/2023/05/hdhdhd.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)