କନକ ବ୍ୟୁରୋ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଆଜି ବିହାରର ପାଟନା ଠାରେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଓ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଭେଟିଛନ୍ତି । କୁହାଯାଉଛି କି ଏହି ଭେଟ ପଛରେ ୨୦୨୪ ସାଧାରଣ ନିର୍ବାଚନରେ ନିତୀଶଙ୍କର ଭୂମିକା କଣ ରହିବ ତାହା ଉପରେ ଆଲୋଚନା ହୋଇଛି ।

Advertisment

ଏନେଇ ତେଜସ୍ୱୀ ଯାଦବ କହିଛନ୍ତି ଯେ, ରାଜ୍ୟର ବିକାଶରେ ଦେଶର ବିକାଶ ସମ୍ଭବ । ତେଣୁ ଆମ୍ଭେମାନେ ନିଜ ନିଜ ରାଜ୍ୟକୁ ମଜବୁତ କରିବୁ, ବିକାଶ କରିବୁ ତେବେ ଦେଶ ମଜବୁତ ହେବ ବୋଲି ସେ କହଛନ୍ତି । ସେ ଆହୁରି କହିଛନ୍ତି କି ବିହାର ଏକ ଗରିବ ଓ ପଛୁଆ ରାଜ୍ୟ । ବିହାରକୁ ସ୍ୱତନ୍ତ୍ର ସହାୟତା ପାଇଁ କେନ୍ଦ୍ର ସରକାର କୌଣସି ଅନୁଦାନ ଦେଉ ନଥିବାରୁ ତେଜସ୍ୱୀ କ୍ଷୋଭ ପ୍ରକାଶ କରିଛନ୍ତି । ଏହାସହ ସେ କହିଛନ୍ତି କି ଏବେ ଗୋଟିଏ ରାଜ୍ୟ ଅନ୍ୟ ରାଜ୍ୟକୁ ସାହଯ୍ୟ କରିବା ଆବଶ୍ୟକ । ସେପଟେ କୁହାଯାଉଛି କି କେ, ଚନ୍ଦ୍ର ଶେଖର ରାଓ ଆଜି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ରାବଡୀ ଦେବୀଙ୍କୁ ଭେଟ କରିବା ନେଇ କାର୍ଯ୍ୟକ୍ରମ ରହିଛି ।

ଅନ୍ୟପଟେ ଆରଜେଡି ପ୍ରବକ୍ତା ଶକ୍ତି ସିଂ ଯାଦବ କହିଛନ୍ତି କି ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦୀ ଓ ନିତୀଶ କୁମାରଙ୍କ ମଧ୍ୟରେ ମୁକାବିଲା ହେବ । ଏନେଇ ଏବେ ସମସ୍ତ ବିରୋଧୀ ଦଳ ଏକଜୁଟ୍ ହୁଅନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।