ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଘୋଷଣା ପତ୍ର । ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ମାଗଣା ବିଜୁଳି, ବାହାଘରରେ ସୁନା ଉପହାର …
କନକ ବ୍ୟୁରୋ : ତେଲେଙ୍ଗାନାରେ ଚଳିତମାସ ୩୦ ତାରିଖରେ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ । ଏହା ପୂର୍ବରୁ ଆଜି ରାଜ୍ୟର ମୁଖ୍ୟ ବିରୋଧୀଦଳ କଂଗ୍ରେସ ତରଫରୁ ନିର୍ବାଚନକୁ ଦୃଷ୍ଟିରେ ରଖି ଘୋଷଣା ପତ୍ର ଜାରି କରାଯାଇଛି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ଘୋଷଣା ପତ୍ର ଜାରି କରିଛନ୍ତି ।
ତେଲେଙ୍ଗାନା ଭୋଟରଙ୍କ ପାଇଁ କଂଗ୍ରେସର କ’ଣ ରହିଛି ପ୍ରତିଶ୍ରୁତି

Kanak News is now on WhatsApp
Join and get latest news updates delivered to you via WhatsApp
- ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର
- ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା
- ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି
- ହିନ୍ଦୁ ଝିଅଙ୍କୁ ବାହାଘର ବେଳେ ୧ଲକ୍ଷ ଟଙ୍କା ଓ ୧୦ ଗ୍ରାମ ସୁନା ଉପହାର
- ଅଳ୍ପସଂଖ୍ୟକ ଝିଅ ବାହାଘର ବେଳେ ୧ଲକ୍ଷ ୬୦ ହଜାର ଟଙ୍କା
- ଉଚ୍ଚ ଶିକ୍ଷା ଲାଭ କରିବାକୁ ଥିବା ସମସ୍ତ ଛାତ୍ରୀଙ୍କୁ ମାଗଣାରେ ସ୍କୁଟି
- ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପ କାର୍ଯ୍ୟାଳୟରେ ଦୈନିକ ପ୍ରଜା ଦରବାର
- ତେଲେଙ୍ଗାନା ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା ସହିଦ ପରିବାରକୁ ମାସିକ ୨୫ ହଜାର ଟଙ୍କା ପେନସନ୍ ଓ ତାଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି
- ତେଲେଙ୍ଗାନା ଆନ୍ଦୋଳନ ବେଳେ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର
- ଆନ୍ଦୋଳନରେ ସାମିଲ ପରିବାରକୁ ୨୫୦ ଗଜର ଜମି
- କୃଷକଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଷ ଋଣ ଛାଡ
- କୃଷକଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ
- କୃଷକଙ୍କୁ ଚାଷ କାମ ପାଇଁ ୨୪ ଘଣ୍ଟିଆ ନିରନ୍ତର ବିଜୁଳି
- ପ୍ରତ୍ୟେକ ଫସଲ ପାଇଁ ବ୍ୟାପକ ଫସଲ ବୀମା
- ରାଜ୍ୟରେ ୬ ମାସ ମଧ୍ୟରେ ଖାଲି ପଡିଥିବା ସମସ୍ତ ଶିକ୍ଷକ ପଦ ପୂରଣ
- ସମସ୍ତ ଛାତ୍ର ଛାତ୍ରୀଙ୍କୁ ମାଗଣା ଇଣ୍ଟରନେଟ୍ ସୁବିଧା
- ଶିକ୍ଷା ବଜେଟକୁ ୬ ପ୍ରତିଶତରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି
- ଅଙ୍ଗନବାଡି ଶିକ୍ଷକଙ୍କ ମାସିକ ଦରମା ୧୮ ହଜାର ଟଙ୍କା ଓ ଇପିଏଫ ସୁବିଧା
- ପୂର୍ବତନ ସରପଂଚ, ଏମପିଟିସ ଓ ଜେଡପିଟିସି ସଦସ୍ୟଙ୍କ ପାଇଁ ପେନସନ ଯୋଜନା
- ପେଣ୍ଡିଂ ପଡିଥିବା ଟ୍ରାଫିକ ଚାଲାଣକୁ ୱାନ ଟାଇମ୍ ସେଟଲମେଣ୍ଟ ମାଧ୍ୟମରେ ୫୦ ପ୍ରତିଶତ ଛାଡ କରି ମାମଲା ରଫାଦଫା କରାଯିବ