କନକ ବ୍ୟୁରୋ : ତେଲେଙ୍ଗାନାରେ ଚଳିତମାସ ୩୦ ତାରିଖରେ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ । ଏହା ପୂର୍ବରୁ ଆଜି ରାଜ୍ୟର ମୁଖ୍ୟ ବିରୋଧୀଦଳ କଂଗ୍ରେସ ତରଫରୁ ନିର୍ବାଚନକୁ ଦୃଷ୍ଟିରେ ରଖି ଘୋଷଣା ପତ୍ର ଜାରି କରାଯାଇଛି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ଘୋଷଣା ପତ୍ର ଜାରି କରିଛନ୍ତି ।
ତେଲେଙ୍ଗାନା ଭୋଟରଙ୍କ ପାଇଁ କଂଗ୍ରେସର କ’ଣ ରହିଛି ପ୍ରତିଶ୍ରୁତି

Advertisment
  • ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର
  • ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା
  • ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି
  • ହିନ୍ଦୁ ଝିଅଙ୍କୁ ବାହାଘର ବେଳେ ୧ଲକ୍ଷ ଟଙ୍କା ଓ ୧୦ ଗ୍ରାମ ସୁନା ଉପହାର
  • ଅଳ୍ପସଂଖ୍ୟକ ଝିଅ ବାହାଘର ବେଳେ ୧ଲକ୍ଷ ୬୦ ହଜାର ଟଙ୍କା
  • ଉଚ୍ଚ ଶିକ୍ଷା ଲାଭ କରିବାକୁ ଥିବା ସମସ୍ତ ଛାତ୍ରୀଙ୍କୁ ମାଗଣାରେ ସ୍କୁଟି
  • ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପ କାର୍ଯ୍ୟାଳୟରେ ଦୈନିକ ପ୍ରଜା ଦରବାର
  • ତେଲେଙ୍ଗାନା ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା ସହିଦ ପରିବାରକୁ ମାସିକ ୨୫ ହଜାର ଟଙ୍କା ପେନସନ୍ ଓ ତାଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି
  • ତେଲେଙ୍ଗାନା ଆନ୍ଦୋଳନ ବେଳେ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର
  • ଆନ୍ଦୋଳନରେ ସାମିଲ ପରିବାରକୁ ୨୫୦ ଗଜର ଜମି
  • କୃଷକଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଷ ଋଣ ଛାଡ
  • କୃଷକଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ
  • କୃଷକଙ୍କୁ ଚାଷ କାମ ପାଇଁ ୨୪ ଘଣ୍ଟିଆ ନିରନ୍ତର ବିଜୁଳି
  • ପ୍ରତ୍ୟେକ ଫସଲ ପାଇଁ ବ୍ୟାପକ ଫସଲ ବୀମା
  • ରାଜ୍ୟରେ ୬ ମାସ ମଧ୍ୟରେ ଖାଲି ପଡିଥିବା ସମସ୍ତ ଶିକ୍ଷକ ପଦ ପୂରଣ
  • ସମସ୍ତ ଛାତ୍ର ଛାତ୍ରୀଙ୍କୁ ମାଗଣା ଇଣ୍ଟରନେଟ୍ ସୁବିଧା
  • ଶିକ୍ଷା ବଜେଟକୁ ୬ ପ୍ରତିଶତରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି
  • ଅଙ୍ଗନବାଡି ଶିକ୍ଷକଙ୍କ ମାସିକ ଦରମା ୧୮ ହଜାର ଟଙ୍କା ଓ ଇପିଏଫ ସୁବିଧା
  • ପୂର୍ବତନ ସରପଂଚ, ଏମପିଟିସ ଓ ଜେଡପିଟିସି ସଦସ୍ୟଙ୍କ ପାଇଁ ପେନସନ ଯୋଜନା
  • ପେଣ୍ଡିଂ ପଡିଥିବା ଟ୍ରାଫିକ ଚାଲାଣକୁ ୱାନ ଟାଇମ୍ ସେଟଲମେଣ୍ଟ ମାଧ୍ୟମରେ ୫୦ ପ୍ରତିଶତ ଛାଡ କରି ମାମଲା ରଫାଦଫା କରାଯିବ