ପଛରେ ପଡିଲା ସିଙ୍ଗାପୁର ଏବଂ ହଂକଂ : ତେଲ୍ ଆଭିଭ୍ ବିଶ୍ୱର ସବୁଠୁ ମହଙ୍ଗା ସହର

120

କନକ ବ୍ୟୁରୋ : ଇସ୍ରାଏଲର ତେଲ ଆଭିଭ୍ ବାସ କରିବା ପାଇଁ ବିଶ୍ୱର ସବୁଠାରୁ ମହଙ୍ଗା ସହର ହୋଇଛି । ଏହା ପ୍ରାୟତଃ ସିଙ୍ଗାପୁର, ଲଣ୍ଡନ ଏବଂ ହଂକଂ ପରି ସହରଗୁଡିକୁ ଏ କ୍ଷେତ୍ରରେ ପଛରେ ପକାଇ ଦେଇଛି । ତେଣୁ ତେଲ ଆଭିଭକୁ ଦୁନିଆର ସବୁଠାରୁ ମହଙ୍ଗା ସହର ଭାବେ ବିବେଚନା କରାଯାଉଛି । ବୁଧବାର ଗ୍ଲୋବାଲ ସର୍ଭେ ଇକୋନୋମିକ୍ ଇଣ୍ଟେଲିଜେନ୍ସ ୟୁନିଟରେ ଏହି ରିପୋର୍ଟ ପ୍ରକାଶ ପାଇଛି ।

ପ୍ରଥମ ଥର ପାଇଁ ତେଲ ଆଭିଭ ଦୁନିଆର ସବୁଠୁ ଦାମୀ ସହରରେ ପରିଣତ ହୋଇଛି । ଏହା ପୂର୍ବରୁ ଏହି ସହର ବିଶ୍ୱର ଶ୍ରେଷ୍ଠ ୫ ସହର ମଧ୍ୟରେ ରହୁଥିଲା । ଭାରତର କୌଣସି ସହର ଶ୍ରେଷ୍ଠ ୧୦ ତାଲିକା ମଧ୍ୟରେ ନାହିଁ । ସର୍ଭେ ତାଲିକାରେ ଦୁନିଆର ମୋଟ ୧୭୩ଟି ସହର ସ୍ଥାନିତ ହୋଇଛି । ସେଗୁଡିକ ହେଉଛି ସେହ ସହର ଯେଉଁଠାରେ ଜୀବନ ଯାପନ ପ୍ରତ୍ୟେକ କ୍ଷେତ୍ରରେ ମହଙ୍ଗା ବୋଲି ବିବେଚନା କରାଯାଏ । ଏହା ବିଶ୍ୱବ୍ୟାପୀ ମୂଲ୍ୟ ନିର୍ଦ୍ଧାରଣ ସୂଚକାଙ୍କ ଆଧାରରେ ନିର୍ଣ୍ଣୟ କରାଯାଏ । ସର୍ବପ୍ରଥମେ ଦେଖାଯାଏ ଯେ ଆମେରିକୀୟ ଡଲାର ତୁଳନାରେ ସେଠାରେ ସ୍ଥାନୀୟ ମୁଦ୍ରାର ମୂଲ୍ୟ କଣ ରହିଛି ।

ସର୍ଭେରେ ଏହା ମଧ୍ୟ ଦେଖାଦେଇଛି ଯେ, ସେଠାରେ ସ୍ଥାନୀୟ ପରିବହନ ଏବଂ ଖାଦ୍ୟ ସାମଗ୍ରୀର ମୂଲ୍ୟ କଣ ରହିଛି । ବିଶ୍ୱର ମହଙ୍ଗା ସହର ତାଲିକାରେ ପ୍ୟାରିସ୍ ଓ ସିଙ୍ଗାପୁର ଦ୍ୱିତୀୟ ଏବଂ ଜୁରିଚ୍-ହଂକଂ ତୃତୀୟ ସ୍ଥାନରେ ରହିଛନ୍ତି । ଆମେରିକାର ନୁୟର୍କ ସହରର ନାମ ମଧ୍ୟ ତେଲ ଆଭିଭ୍ ପରେ ସିଧାସଳଖ ୬ ନମ୍ବର ସ୍ଥାନରେ ରହିଛି । ଏହା ପଛକୁ ଲସ୍ ଆଞ୍ଜେଲସ୍ ଏବଂ ଓସାକା ଭଳି ସହର ରହିଛି । ଗତବର୍ଷ ଏହି ତାଲିକାରେ ପ୍ୟାରିସ୍ , ଜୁରିଚ୍ ଏବଂ ହଂକଂ ପ୍ରଥମ ସ୍ଥାନ ଅଧିକାର କରିଥିଲା ।