କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ବୟାନକୁ ନେଇ ତେଜିଲା ରାଜନୀତି : ସୁର କହିଲେ, ଚାଷୀଙ୍କୁ ଦେଶଦ୍ରୋହୀ କହିଲେ ମିିଳିବନି ଦୁଇ ଓଳି ଦାନା

ସେପଟେ, ବିଜେଡି ବିଧାୟକ କହିଲେ, ଚାଷୀଙ୍କୁ ଦେଶଦ୍ରୋହ କହିବା ଦୁର୍ଭାଗ୍ୟଜନକ

278

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ବୟାନକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଚାଷୀ ଆନ୍ଦୋଳନରେ ଦେଶ ବିରୋଧୀ ଶକ୍ତିଙ୍କ ସଂପୃକ୍ତି ନେଇ କେନ୍ଦ୍ର ମନ୍ତ୍ରୀ ବୟାନ ଦେବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଚାଷୀଙ୍କୁ ଦେଶଦ୍ରୋହୀ କହିଲେ,ଲୋକଙ୍କୁ ଦୁଇ ଓଳି ଖାଇବାକୁ ବି ମିଳିବନାହିଁ । ସେହିପରି ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି , ଚାଷୀଙ୍କୁ ଦେଶଦ୍ରୋହୀ କହିବା ଦୁର୍ଭାଗ୍ୟଜନକ ।

ଗତକାଲି ଚାଷୀ ଆନ୍ଦୋଳନ ଉପରେ ପ୍ରତିକ୍ରିୟା ରଖିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଥିଲେ, ଚାଷୀ ଆନ୍ଦୋଳନ ପଛରେ ଦେଶ ବିରୋଧିଙ୍କ ହାତ ରିହିଛି । ପ୍ରକୃତ ଚାଷୀ ଆନ୍ଦୋଳନ କରୁନାହାନ୍ତି । ଚାଷୀ ଆନ୍ଦୋଳନ ନାଁରେ ସେମାନେ ବିରୋଧିଙ୍କ ଭାଷା କହୁଛନ୍ତି ।ସରକାର କୃଷି ବିଲ ପ୍ରତ୍ୟାହାର କରିବାରେ କୌଣସି ଆଶଙ୍କା ଦେଖାଯାଉନାହିଁ ବୋଲି ସେ କହିଥିଲେ । କେନ୍ଦ୍ର ସରକାରଙ୍କ କୃଷି ବିଲକୁ ଅନେକ ଚାଷୀ ସ୍ୱାଗତ କରୁଛନ୍ତି । ଏହି ବିଲ ଏକ ଐତିହାସିକ ବିଲ । ବିଲ ଯୋଗୁଁ ଦେଶର ଚାଷୀ ମାନଙ୍କର ହିତ ହୋଇପାରିବ । ଧାନର ସହାୟକ ମୁଲ୍ୟ, ଜମିର ମାଲିକାନା ନେଇ କୌଣସି ପ୍ରକାର କ୍ଷତି ଚାଷୀ ସହିବାର ନାହିଁ ବୋଲି ପ୍ରତାପ ଷଡଙ୍ଗୀ କହିଥିଲେ ।