କନକ ବ୍ୟୁରୋ: ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ବିଗ୍ ବସ୍ ସିଜିନ୍-୧୫ ର ବିଜିୟିନୀ ହୋଇଛନ୍ତି । ସିରିଏଲ ‘ସ୍ୱରାଗିଣୀ’ ର ଏହି ଅଭିନେତ୍ରୀ ବିଗ୍ ବସ୍ ଟାଇଟଲ ଜିତିବା ପରେ ପୁରସ୍କାର ବାବଦରେ ୪୦ ଲକ୍ଷ ଟଙ୍କା ଏବଂ ଟ୍ରଫି ପାଇଛନ୍ତି । କେବଳ ଏତିକି ନୁହେଁ ନାଗିନ୍-୬ ରେ କାମ କରିବାକୁ ଅଫର ମଧ୍ୟ ମିଳିଛି ।

Advertisment

‘ସିଲସିଲା ବଦଲତେ ରିସ୍ତୋଁ କା-୨’ରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍ ପ୍ରଶଂସା କରିଥିଲେ । ବିଗ୍ ବସ୍-୧୫ ଗ୍ରାଣ୍ଡ ଫିନାଲେରେ କରନ କୁନ୍ଦ୍ରା, ତେଜସ୍ୱୀ, ନିଶାନ୍ତ ଭଟ୍ଟ ଓ ପ୍ରତୀକ ସେହଜପାଲ ଟ୍ରଫି ପାଇଁ ପ୍ରତିଯୋଗିତା କରିଥିଲେ । ପ୍ରତୀକ ପ୍ରଥମ ରନର ଅପ୍ ଏବଂ କରନ କୁନ୍ଦ୍ରା ଦ୍ୱିତୀୟ ରନର ଅପ୍ ହୋଇଛନ୍ତି ।
ବିଗ୍ ବସ୍ -୧୫ସିଜିନର ଟାଇଟଲ ଜିତିବା ପରେ ତେଜସ୍ୱୀ ପ୍ରକାଶ ନିଜ ବାପା, ମା’ଙ୍କ ସହ ପ୍ରଥମ ଫଟୋ ସେୟାର କରିଛନ୍ତି । କହିରଖୁଁ , ବିଗ୍ ବସ୍ ୧୫ର ଟ୍ରଫି ଜିତିବା ପରେ ତେଜସ୍ୱୀ କଲର୍ସ ସୋ ‘ସ୍ୱରାଗିଣୀ’ରେ ଲିଡ ରୋଲ ପ୍ଲେ କରୁଥିଲେ । ଏହି ସିରିଏଲ ତାଙ୍କୁ ଭିନ୍ନ ପରିଚୟ ଦେଇଥିଲା । ଏହାପରେ ରୋହତ ସେଟ୍ଟିଙ୍କ ସୋ’ ‘ଖତରୋ କେ ଖିଲାଡି ସିଜିନ ୧୦’ରେ ନଜର ଆସିଥିଲେ । ସୋ’ରେ ତାଙ୍କର ପରଫରମାନ୍ସ ବହୁତ ଭଲ ଥିଲା । କିନ୍ତୁ ୱିନର ହେବାରୁ ବଞ୍ଚିତ ହୋଇଯାଇଥିଲେ । ହେଲେ ଏହା ପରେ ବିଗ୍ ବସ୍ ରେ ତାଙ୍କର ବିଜୟ ତାଙ୍କ ପ୍ରଶଂସଙ୍କୁ ଖୁସି କରିଦେଇଛି ।