କେନ୍ଦୁଝରରେ ଚମକିଲେ ଚନ୍ଦ୍ରାଣୀ । ବିଜେଡି କନିଷ୍ଠ ସାଂସଦଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେପି କନିଷ୍ଠ ସାଂସଦ ତେଜାଶ୍ୱୀ ସୂର୍ଯ୍ୟ ।

9,420

କନକ ବ୍ୟୁରୋ: ବିଜେଡିର କନିଷ୍ଠ ଲୋକସଭା ଆସନ ବିଜୟୀନୀ ତଥା କେନ୍ଦୁଝର ସାଂସଦ ସିଟ୍ ହାତେଇଥିବା ଚନ୍ଦ୍ରାଣୀ ମୁର୍ମୁଙ୍କୁ ବିଜେପିର କନିଷ୍ଠ ସାଂସଦ ଶୁଭେଚ୍ଛା ଜଣାଇଛନ୍ତି । ଦକ୍ଷିଣ ବେଙ୍ଗାଲୁରୁ ଲୋକସଭା ଆସନରୁ ବିଜୟୀ ତିଳକ ପିନ୍ଧିଥିବା ବିଜେପିର କନିଷ୍ଠ ସାଂସଦ ତେଜଶ୍ୱୀ ସୂର୍ଯ୍ୟ । ନିଜ ଅଫିସିଆଲ ଟ୍ୱିଟର ପେଜରେ ତେଜାଶ୍ୱୀ ଲେଖିଛନ୍ତି କି, ଓଡ଼ିଶାର କେନ୍ଦୁଝର ଲୋକଭସା ଆସନରୁ ବିଜୟୀ ହୋଇଥିବା ବିଜେଡି କନିଷ୍ଠ ସାଂସଦ ଚନ୍ଦ୍ରାର୍ଣୀ ମୁର୍ମୁଙ୍କୁ ଶୁଭେଚ୍ଛା । ତାଙ୍କୁ ମାତ୍ର ବର୍ଷ ଏବଂ ସେ ଲୋକସଭାର ସବୁଠାରୁ କନିଷ୍ଠ ସାଂସଦ ଭାବେ ପାଦ ଥାପିବାକୁ ଯାଉଛନ୍ତି, ଯାହା ଅତ୍ୟନ୍ତ ଖୁସିର କଥା ।

ଅନ୍ୟପକ୍ଷରେ ସବୁଠାରୁ ବଡ଼ କଥା ହେଲା କି, ସେ କୌଣସି ରାଜବଂଶରୁ ନୁହନ୍ତି ବରଂ ଜଣେ ଉଚ୍ଚ ଶିକ୍ଷିତ ମହିଳାଭାବେ କେନ୍ଦୁଝରରୁ ପ୍ରତିନିଧିତ୍ୱ କରୁଛନ୍ତି । ତେଣୁ ତାଙ୍କୁ ସଂସଦରେ ଦେଖିବା ସହ ତାଙ୍କ ଉପସ୍ଥାପନା ଶୁଣିବାକୁ ଉତ୍ସାହର ସହିତ ଅପେକ୍ଷା କରିଛି ବୋଲି କହିଛନ୍ତି ନବ ନିର୍ବାଚିତ ବିଜେପି କନିଷ୍ଠ ସାଂସଦ ତେଜଶ୍ୱୀ ସୂର୍ଯ୍ୟ ।