ପୂର୍ବ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାଙ୍କ ଦାବି, ନଭେମ୍ବର ୧୦ ତାରିଖରେ ବିହାରରେ ବିଜେପି ସହିତ ମିଳିତ ସରକାର କରିବେ ତେଜସ୍ୱୀ

Advertisment
ପୂର୍ବ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାଙ୍କ ଦାବି, ନଭେମ୍ବର ୧୦ ତାରିଖରେ ବିହାରରେ ବିଜେପି ସହିତ ମିଳିତ ସରକାର କରିବେ ତେଜସ୍ୱୀ

କନକ ବ୍ୟୁରୋ : ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ସମାତା ପାର୍ଟିର ମୁଖ୍ୟ ଉପେନ୍ଦ୍ର କୁଶୱା ଦାବି କରିଛନ୍ତି କି ନଭେମ୍ବର ୧୦ ତାରିଖରେ ବିହାରରେ ବିଜେପି ଓ ଆରଜେଡିର ମିଳିତ ସରକାର ଗଠନ ହେବ । ବିହାର ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ସାମ୍ବାଦିକ ମାନଙ୍କ ସହିତ କଥାବାର୍ତ୍ତା ବେଳେ ସେ ଏଭଳି ଦାବି କରିଛନ୍ତି । ଉପେନ୍ଦ୍ର କହିଛନ୍ତି କି ‘ବିଜେପି ଓ ଆରଜେଡି ମଧ୍ୟରେ ଏନେଇ ଗୁପ୍ତ ମନ୍ତ୍ରଣା ହୋଇଛି , ଏହାର ପ୍ରମାଣ ବିହାରବାସୀ ୧୦ ନଭେମ୍ବର ଦିନ ଦେଖିବାକୁ ପାଇବେ । ’

ଉପେନ୍ଦ୍ର କୂୁଶୱା ତେଜସ୍ୱୀ ଯାଦବଙ୍କ ଉପରେ ଏଭଳି ଆରୋପ ଲଗାଇବାକୁ ଯାଇ କହିଛନ୍ତି କି ଆରଜେଡି ଓ ବିଜେପି ମଧ୍ୟରେ ଚୁକ୍ତି ହୋଇଛି । ଯାହାର ପ୍ରମାଣ ଦେବାକୁ ଯାଇ କୁଶୱା କହିଛନ୍ତି କି ଯଦି ଚୁକ୍ତି ହୋଇନାହିଁ ତେଜସ୍ୱୀ କିଭଳି ଦୃଢୋକ୍ତି କରୁଛନ୍ତି କି ୯ ନଭେମ୍ବର ଦିନ ଲାଲୁ ଜେଲରୁ ମୁକ୍ତି ପାଇବେ । ଏହା ସହ ତେଜସ୍ୱୀଙ୍କ ଏଭଳି ଦୃଢୋକ୍ତି ଉପରେ କାହିଁକି ଚୁପ୍ ରହିଛନ୍ତି ଆଇନମନ୍ତ୍ରୀ ରବିଶଂକର ପ୍ରସାଦ । ଏହାସହ ସେ ଆହୁରି କହିଛନ୍ତି କି ତେଜସ୍ୱୀଙ୍କୁ ଜେଲ୍ ଯିବାକୁ ଡର ଲାଗୁଛି ତେଣୁ ସେ ବିଜେପି ବିରୋଧରେ କିଛି କହିପାରୁ ନାହାନ୍ତି । ତେଜସ୍ୱୀ ବିଜେପି ନିକଟରେ ସରେଣ୍ଡର କରିସାରିଛନ୍ତି ।

ତେଜସ୍ୱୀଙ୍କ ପରେ ନୀତିଶ କୁମାରଙ୍କୁ ଟାର୍ଗେଟ୍ କରି କୁଶୱା କହିଛନ୍ତି କି ନୀତିଶ ପରାଜୟର ବାସ୍ତବ ଚିତ୍ର ଦେଖି ଏବେ ଚିନ୍ତାରେ ପଡିଯାଇଛନ୍ତି । ତେଣୁ ଜନସଭାରେ ସେ ଏଣୁ ତେଣୁ ଗପିବାରେ ଲାଗିଛନ୍ତି । ଜେଡିୟୁ କୁଶୱାଙ୍କ କାର୍ଯ୍ୟକର୍ତ୍ତାଙ୍କ ଉପରେ ହିଂସ୍ର ହୋଇଯାଇଛନ୍ତି । ତେଣୁ ପୁର୍ଣ୍ଣିଆ ରେ ତାଙ୍କ କର୍ମୀଙ୍କ ଉପରେ ଗୁଳି ଚଳାଇଛନ୍ତି । ଏହା ସହ ମୋର ପ୍ରାର୍ଥୀଙ୍କୁ ଜେଡିୟୁର କର୍ମକର୍ତ୍ତା ମାନେ ବାରମ୍ବାର ଧମକ ଦେଉଛନ୍ତି । ଏନେଇ ମୁଁ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛି ବୋଲି କୁଶୱା କହିଛନ୍ତି ।

ଏହା ସହ କୁଶୱା ନିଜ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ ଅଭିଯୋଗ କରିଛନ୍ତି କି ବିଭିନ୍ନ ସ୍ଥାନରେ ତାଙ୍କୁ ଲୋକମାନେ ଘେରି ଯାଉଛନ୍ତି । ଏନେଇ ନିର୍ବାଚନ ଆୟୋଗ ଏହା ଉପରେ ନଜର ରଖିବାକୁ ସେ ଅନୁରୋଧ କରିଛନ୍ତି । ଅନ୍ୟପଟେ ୪ ଉପମୁଖ୍ୟମନ୍ତ୍ରୀ ଚୟନ କରିବା ପ୍ରସଙ୍ଗ ଉପରେ ସେ କହିଛନ୍ତି କି ପଛୁଆବର୍ଗ, ଦଳିତ, ଅଳ୍ପସଂଖ୍ୟକ, ଓ ମହିଳାଙ୍କୁ ସେ ଉପ-ମୁଖ୍ୟମନ୍ତ୍ରୀ କରିବେ । କହିରଖୁ କି ବିହାର ନିର୍ବାଚନରେ ଏଥର ଉପେନ୍ଦ୍ର କୁଶୱା, ଓବେସୀ ଓ ମାୟାବତୀଙ୍କ ପାର୍ଟି ସହ ମିଳିତ ଭାବେ ନିର୍ବାଚନ ଲଢୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe