ବିଜେପିକୁ ତେଜସ୍ୱୀଙ୍କ ଟାର୍ଗେଟ, କହିଲେ ମିଛ କହିବାରେ ମାଷ୍ଟର ମୋଦୀ।

137

କନକ ବ୍ୟୁରୋ: ବିହାରରେ ଦେଖାଇଥିବା ରାଜନୈତିକ ଅସ୍ଥିରତାକୁ ନେଇ ଆରୋପ ପ୍ରତ୍ୟାରୋପ ଜାରି ରହିଥିବା ବିଜେପିକୁ ଟାର୍ଗେଟ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଛ କହିବାର ମାଷ୍ଟର ବୋଲି କହିଛନ୍ତି ତେଜସ୍ୱୀ  । ଚୋର, ଗୁଣ୍ଡାରାଜକୁ ପ୍ରସୟ ଦେଉଥିବା ସରକାର ଗଠନ ହୋଇଥିବା ବିଜେପି ଅଭିଯୋଗ କରୁଥିବା ବେଳେ ତେଜସ୍ୱୀ କହିଛନ୍ତି ଏହା ବିହାରବାସୀ ତଥା ଲୋକଙ୍କ ସରକାର । ଲୋକ ଯାହା ଚାହୁଁଥିଲେ ବିହାରରେ ସେହି ସରକାର ଗଠନ ହୋଇଛି । ସମ୍ବିଧାନକୁ ସୁରକ୍ଷା ଦେବା ତାଙ୍କର କର୍ତବ୍ୟ ଏବଂ ସେମାନେ ଲୋକଙ୍କ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତିି ତେଜସ୍ୱୀ  ।

ନୀତିଶ କୁମାର ଆରଜେଡି, କଂଗ୍ରେସ ସହ ମିଶି ନୂଆ ସରକାର ଗଠନ କରିବା ପରେ କାହିଁକି ସେ ବିଜେପି ସହ ମେଣ୍ଟ ଭାଙ୍ଗିଲେ କହିଛନ୍ତି ପୂର୍ବ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଥିବା ସୁଶିଲ ମୋଦୀ  । ନୀତିଶ ଉପ-ରାଷ୍ଟପତି ହେବାକୁ ଚାହୁଁଥିଲେ । ଏନେଇ ନୀତିଶ ପୂର୍ବରୁ ତାଙ୍କୁ କହିଥିଲେ ବୋଲି ମୋଦୀ କହିଛନ୍ତି । ନୀତିଶ ଦିଲ୍ଲୀ ଗଲେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ ବୋଲି କହିଛନ୍ତି ସୁଶିଲ ମୋଦୀ  ।  ତେବେ ସୁଶିଲଙ୍କ ଏଭଳି ଅଭିଯୋଗକୁ ଭିତିହୀନ ବୋଲି ନୀତିଶ କୁମାର । ନୀତିଶ କହିଛନ୍ତି, ଆମେ ଉଭୟ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲୁ । ତେଣୁ ସେ ଉପରାଷ୍ଟ୍ରପତି ହେବାକୁ ଚାହୁଁଥିବା ପରିହାସ ବୋଲି କହିଛନ୍ତିି ନୀତିଶ ।

ନୀତିଶ ବିଜେପି ସହ ମେଣ୍ଟଭାଙ୍ଗିବା ପରେ ୨୦୨୪ରେ ଜାତୀୟ ରାଜନୀତିରେ ପାଦ ରଖିବେ ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି ବିରୋଧୀଙ୍କ ତରଫରୁ ନୀତିଶ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି । ହେଲେ ଏହି କଥାରେ କେତେ ସତ୍ୟତା ଅଛି ତାହା ଅ।।ଗାମୀ ଦିନରେ ସଷ୍ଟ ହୋଇଯିବ ।