ନିଟ୍ ଓ ନେଟ୍ ପରୀକ୍ଷା ବିବାଦରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ହଟହଟା । ମନ୍ତ୍ରୀଙ୍କୁ କଳାପତାକା ଦେଖାଇ ଛାତ୍ର ସଂଗଠନର ପ୍ରଦର୍ଶନ

272

କନକ ବ୍ୟୁରୋ : ପୁର୍ନବାର ନିଟ କାଉନସେଲିଂକୁ ରୋକିବା ପାଇଁ ଯେଉଁ ଆବେଦନ କରାଯାଇଥିଲା ତାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।ଏଥିସହ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସିଠୁ ଜବାବ ମାଗିଛନ୍ତି କୋର୍ଟ । ପରବର୍ତୀ ଶୁଣାଣୀ ଜୁଲାଇ ୮ରେ ହେବ ।କୋର୍ଟ ଆଜି ତିନୋଟି ଆବେଦନ ଉପରେ ଶୁଣାଣୀ କରିଥିଲେ। ଏନଟିଏର ସ୍ବଚ୍ଛତା ଉପରେ ତଦନ୍ତ, ନିଟ ପରୀକ୍ଷା ରଦ୍ଦ, ପୁର୍ନବାର ପରୀକ୍ଷା ଉପରେ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣୀ କରାଯାଇଥିଲା ।

ସେପଟେ ନିଟ ଜାଲିଆତିକୁ ନେଇ ତେଜୁଛି ଅସନ୍ତୋଷ । ଶୁକ୍ରବାର ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ରୋଶର ଶିକାର ହେବାକୁ ପଡିଛି। ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଆୟୋଜିତ ଯୋଗ ଦିବସ କାର୍ୟ୍ୟକ୍ରମରେ ମନ୍ତ୍ରୀ ପହଁଚିପାରିନାହଁ।ନ୍ତି । ବାସଭବନରେ ତାଙ୍କୁ କଳାପତାକା ଦେଖାଇ ବିରୋଧ କରାଯାଇଥିବାରୁ କାର୍ୟ୍ୟକ୍ରମରେ ପହଁଚିପାରିନଥିଲେ କେନ୍ଦ୍ରମନ୍ତ୍ରୀ । ସେପଟେ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ଜୋରଦାର ବିକ୍ଷୋଭ କରିଛି ଯୁବ କଂଗ୍ରେସ

ସେପଟେ ନିଟ ପେପର ଲିକ ମାମଲାକୁ ନେଇ ଅଡୁଆରେ ପଡିଛନ୍ତି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ। ତେଜସ୍ବୀଙ୍କ ବ୍ୟକ୍ତିଗତ ସଚିବ ପ୍ରୀତମ କୁମାର ମାମଲାର ଅଭିଯୁକ୍ତଙ୍କୁ ସାହାର୍ୟ୍ୟ କରିବା ଅଭିଯୋଗ ଆସିବା ପରେ ଏବେ ତାଙ୍କୁ ଜେରା କରିବ ଇଓୟୁ ଟିମ । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ତେଜସ୍ବୀ

ଆଜିର ୧୩ ଅଭିଯୁକ୍ତଙ୍କୁ ଆବେଦନ ଉପରେ ଶୁଣାଣୀ କରି ଜାମିନ ଖାରଜ କରିଛନ୍ତି ପଟନା କୋର୍ଟ ।ଜୁନ ୨୫ରେ ହେବ ପରବର୍ତୀ ଶୁଣାଣୀ