ବିହାରୀ ଖାଦ୍ୟ ଖାଇ ଟ୍ୱିଟରରେ ଫଟୋ ସେୟାର୍ କଲେ ପ୍ରଧାନମନ୍ତ୍ରୀ : ତେଜସ୍ୱୀ କହିଲେ , ଧନ୍ୟବାଦ ଏବେ ବିହାରର ଏହି କାମ ଉପରେ ଧ୍ୟାନ ଦିଅନ୍ତୁ ସାର୍ । 

254

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆ ଗେଟ୍ ନିକଟସ୍ଥ ରାଜପଥରେ ଚାଲିଥିବା ପ୍ରଦର୍ଶନୀ ପଡିଆରେ “ଲିଟ୍ଟି ଚୋଖା” ଖାଇଥିଲେ । ଯାହାର ଫଟୋ ସେ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ । ଫଟୋ ସେୟାର୍ ହେବା ପରେ ଏହାକୁ ନେଇ ବେଶ୍ ଚର୍ଚ୍ଚା ମଧ୍ୟ ହୋଇଥିଲା । କିଛି ଲୋକ ଏହାକୁ ବିହାର ନିର୍ବାଚନ ସହ ଯୋଡିଥିବା ଦେଖାଯାଇଥିଲା । ବର୍ତ୍ତମାନ ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ୱୀ ଯାଦବ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀଙ୍କୁ “ଲିଟ୍ଟି ଚୋଖା” ଖାଇଥିବା ପାଇଁ ଧନ୍ୟବାଦ ଦେବା ସହ କିଛି କଥା ମନେ ପକାଇ ଦେଇଛନ୍ତି । ସେ ନିଜ ଟ୍ୱିଟ୍ ରେ ନିତିଶ୍ କୁମାରଙ୍କ ନାଁ ମଧ୍ୟ ନେଇଛନ୍ତି ।

 ସେ ଟ୍ୱିଟ୍ ରେ ଲେଖିଛନ୍ତି , ପ୍ରସିଦ୍ଧ ଏବଂ ସ୍ୱାଦିଷ୍ଟ ବିହାରୀ ଖାଦ୍ୟକୁ ପସନ୍ଦ କରିଥିବା ପ୍ରଧାନମନ୍ତ୍ରୀଙ୍କୁ ଖୁବ୍ ଧନ୍ୟବାଦ । ଯେହେତୁ ବିହାରର ମୁଖ୍ୟମନ୍ତ୍ରୀ ପଚାରି ପାରିବେନାହିଁ ତେଣୁ ମୁଁ ଆପଣଙ୍କୁ ବିହାରର ସେହି କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରୀତ କରାଇବାକୁ ଚାହୁଁଛି ଯାହା ଲମ୍ବା ସମୟରୁ ଝୁଲି ରହିଛି । ଯଥା : ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା , ସ୍ୱତନ୍ତ୍ର ପ୍ୟାକେଜ୍ , ବାତ୍ୟା ଆଶ୍ରୟସ୍ଥଳ ଫଣ୍ଡ ଏବଂ ଆୟୁଷ୍ମାନ୍ ଭାରତର ଟଙ୍କା ।

Comments are closed.