ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆ ଗେଟ୍ ନିକଟସ୍ଥ ରାଜପଥରେ ଚାଲିଥିବା ପ୍ରଦର୍ଶନୀ ପଡିଆରେ “ଲିଟ୍ଟି ଚୋଖା” ଖାଇଥିଲେ । ଯାହାର ଫଟୋ ସେ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ । ଫଟୋ ସେୟାର୍ ହେବା ପରେ ଏହାକୁ ନେଇ ବେଶ୍ ଚର୍ଚ୍ଚା ମଧ୍ୟ ହୋଇଥିଲା । କିଛି ଲୋକ ଏହାକୁ ବିହାର ନିର୍ବାଚନ ସହ ଯୋଡିଥିବା ଦେଖାଯାଇଥିଲା । ବର୍ତ୍ତମାନ ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ୱୀ ଯାଦବ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀଙ୍କୁ “ଲିଟ୍ଟି ଚୋଖା” ଖାଇଥିବା ପାଇଁ ଧନ୍ୟବାଦ ଦେବା ସହ କିଛି କଥା ମନେ ପକାଇ ଦେଇଛନ୍ତି । ସେ ନିଜ ଟ୍ୱିଟ୍ ରେ ନିତିଶ୍ କୁମାରଙ୍କ ନାଁ ମଧ୍ୟ ନେଇଛନ୍ତି ।
Thank you respected PM for liking famous Bihari delicacy!
Since Bihar CM can’t ask, I would like to draw your kind attention towards Bihar’s legitimate share pending since quite long:
❗Special Status
❗Funds of special package
❗Flood relief fund
❗Funds of “Ayushman Bharat” https://t.co/Bs3wIstE2L— Tejashwi Yadav (@yadavtejashwi) February 19, 2020
ସେ ଟ୍ୱିଟ୍ ରେ ଲେଖିଛନ୍ତି , ପ୍ରସିଦ୍ଧ ଏବଂ ସ୍ୱାଦିଷ୍ଟ ବିହାରୀ ଖାଦ୍ୟକୁ ପସନ୍ଦ କରିଥିବା ପ୍ରଧାନମନ୍ତ୍ରୀଙ୍କୁ ଖୁବ୍ ଧନ୍ୟବାଦ । ଯେହେତୁ ବିହାରର ମୁଖ୍ୟମନ୍ତ୍ରୀ ପଚାରି ପାରିବେନାହିଁ ତେଣୁ ମୁଁ ଆପଣଙ୍କୁ ବିହାରର ସେହି କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରୀତ କରାଇବାକୁ ଚାହୁଁଛି ଯାହା ଲମ୍ବା ସମୟରୁ ଝୁଲି ରହିଛି । ଯଥା : ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା , ସ୍ୱତନ୍ତ୍ର ପ୍ୟାକେଜ୍ , ବାତ୍ୟା ଆଶ୍ରୟସ୍ଥଳ ଫଣ୍ଡ ଏବଂ ଆୟୁଷ୍ମାନ୍ ଭାରତର ଟଙ୍କା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/02/pm-modi-tehashwi-yadav-1582184105.jpg)