କନକ ବ୍ୟୁରୋ : ଲାଲୁଙ୍କ ଘରକୁ ଆସିଲେ ଲକ୍ଷ୍ମୀ । ବାପା ହେଲେ ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ପତ୍ନୀ ରାଜଶ୍ରୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ଟ୍ୱିଟ୍ କରି ଜଣାଇଛନ୍ତି ତେଜସ୍ୱୀ ଯାଦବ । ଟ୍ୱିଟ୍ କରି ତେଜସ୍ୱୀ ଲେଖିଛନ୍ତି, ଇଶ୍ୱର ଆନନ୍ଦିତ ହୋଇ ଏକ କନ୍ୟା ରତ୍ନକୁ ଉପହାରରେ ପଠାଇଛନ୍ତି । ସେହିଭଳି ଭଉଣୀ ରୋହିଣୀ ଆଚାର୍ଯ୍ୟ ମଧ୍ୟ ଭାଇ ତେଜସ୍ୱୀଙ୍କୁ ଶୁଭକାମନା ଓ ଶୁଭେଚ୍ଛା ଜଣାଇଛନ୍ତି ।
ईश्वर ने आनंदित होकर पुत्री रत्न के रूप में उपहार भेजा है। pic.twitter.com/UCikoi3RkM
— Tejashwi Yadav (@yadavtejashwi) March 27, 2023
ଗତ ୨୦୨୧ରେ ତେଜସ୍ୱୀ ଓ ରାଜଶ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦିଲ୍ଲୀରେ ହୋଇଥିବା ଏହି ବିବାହ ଉତ୍ସବ ବେଶ ଚର୍ଚ୍ଚା ସାଉଁଟିଥିଲା । ତେଜସ୍ୱୀ ଓ ରାଜଶ୍ରୀ ଭଲ ପାଇ ବିବାହ କରିଥିଲେ । ପ୍ରଥମରୁ ଏହି ବିବାହ ପାଇଁ ଲାଲୁଙ୍କ ପରିବାର ରାଜି ହେଉନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଉଭୟ ପରିବାରର ସହମତିରେ ବିବାହ ହୋଇଥିଲା । ଦିଲ୍ଲୀରେ ରହୁଥିବା ରାଜଶ୍ରୀ ଏକ ଏମଏନସି ବ୍ୟାଙ୍କରେ କାମ କରୁଥିଲେ । ତେବେ ତେଜସ୍ୱୀଙ୍କ ସହ ବିବାହ ପରେ ଚାକିରି ଛାଡିଥିଲେ ରାଜଶ୍ରୀ ।
ତେଜସ୍ୱୀ ବାପା ହେବା ପରେ ଲାଲୁଙ୍କ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟିଛି । ଜେଡିୟୁ ଓ ଆରଜେଡିର ଅନେକ ନେତା ତେଜସ୍ୱୀଙ୍କୁ ବାପା ହୋଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/10-14.jpg)