ଚାକିରୀ ପାଇଁ ଜମି ଦୁର୍ନୀତି ମାମଲା । ଲାଲୁ ଯାଦବଙ୍କ ପରେ ଇଡିରେ ହାଜର ହେଲେ ପୁଅ ତେଜସ୍ୱୀ ଯାଦବ ।

99

କନକ ବ୍ୟୁରୋ: ବିହାରରେ ଆରଜେଡି, ଜେଡିୟୁ ମେଣ୍ଟ ସରକାର ପତନ ପରେ ଦୁର୍ନୀତି ଅଭିଯୋଗ ଥିବା ନେତାଙ୍କ ବିରୋଧରେ ଇଡିର କାର୍ଯ୍ୟାନୁଷ୍ଠାନ । ଚାକିରୀ ପାଇଁ ଜମି ଦୁର୍ନୀତି ମାମଲାରେ ପ୍ରଥମେ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କ ପରେ ଏବେ ତେଜସ୍ୱୀ ଯାଦବଙ୍କ ପାଳି । ସମନ ପରେ ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆଜି ପ୍ରବର୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ।

ପାଟନା ଇଡି କାର୍ଯ୍ୟାଳୟ ବାହାରେ ଆରଜେଡି କର୍ମୀ ହଙ୍ଗାମା କରିଛନ୍ତି । କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ କର୍ମୀ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ହୋହାଲ୍ଲା ଭିତରେ ହାଜର ହୋଇଛନ୍ତି ତେଜସ୍ୱୀ । ଚାକିରୀ ପାଇଁ ଜମି ଦୁର୍ନୀତି ମାମଲାରେ ପଚରାଉଚରା କରିବ ତଦନ୍ତକାରୀ ସଂସ୍ଥା । ଗତକାଲି ଏହି ମାମଲାରେ ଇଡିରେ ହାଜର ହୋଇଥିଲେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ । ପାଟନା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବା ପରେ ତାଙ୍କୁ ମାରାଥନ ଜେରା କରାଯାଇଥିଲା । ଚାକିରୀ ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିଥିଲା ତଦନ୍ତକାରୀ ସଂସ୍ଥା । ୧୦ଘଣ୍ଟା ଧରି ଲାଲୁଙ୍କୁ ପ୍ରାୟ ୭୦ଟି ପ୍ରଶ୍ନ ପଚରାଯାଇଛି ।