କନକ ବ୍ୟୁରୋ : ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଏବେ ବିରୋଧୀ ଦଳ ନେତା ଥିବା ତେଜସ୍ୱୀ ଯାଦବଙ୍କ ବ୍ୟକ୍ତିଗତ ସହାୟକଙ୍କ ଭୂମିକା ଥିବା ନେଇ ଅଭିଯୋଗ ଆସିବା ପରେ ବଡ ବୟାନ ଦେଇଛନ୍ତି ତେଜସ୍ୱୀ ଯାଦବ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତେଜସ୍ୱୀ କହିଛନ୍ତି, ଯଦି ଏହି ମାମଲାରେ ମୋ ବ୍ୟକ୍ତିଗତ ସହାୟକଙ୍କ ଦୋଷ ବା ସଂପୃକ୍ତି ରହିଛି ତେବେ ତାଙ୍କୁ ଗିରଫ କରନ୍ତୁ ଏଥିରେ ମୋର କୌଣସି ଆପତ୍ତି ନାହିଁ ।

Advertisment

ତେଜସ୍ୱୀ ଚ୍ୟାଲେଞ୍ଜ ଦେଇ କହିଛନ୍ତି, ମୋ ପିଏ, ପିଏସ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଡାକନ୍ତୁ ଏବଂ ପଚରାଉଚରା କରନ୍ତୁ । ଇଓୟୁ ଏବେ ପର୍ଯ୍ୟନ୍ତ ମୋ ବ୍ୟକ୍ତିଗତ ସହାୟକଙ୍କ ଉପରେ କିଛି ଟିପ୍ପଣୀ କରିନାହିଁ । ମୁଖ୍ୟମନ୍ତ୍ରୀଙ୍କୁ କହୁଛି, ମୋ ବ୍ୟକ୍ତିଗତ ସହାୟକଙ୍କୁ ଡାକି ପଚରାଉଚରା କରନ୍ତୁ । ଏହି ମାମଲାର ମୁଖ୍ୟ କାପର୍ଟଦାରଙ୍କୁ ବଞ୍ଚାଇବାକୁ ପୂରା ଘଟଣାର ମୋଡକୁ ବଦଳାଇବାକୁ ଚେଷ୍ଟା କରାଯାଉଛି । ମୁଖ୍ୟ ଅଭିଯୁକ୍ତଙ୍କ ଫଟୋ ସମ୍ରାଟ ଚୌଧୁରୀଙ୍କ ସହ ରହିଛି । ଏହାକୁ ନେଇ କଣ କହିବେ ବିଜେପି ନେତା । ମୋ ନାଁ ଏଥିରେ ଛନ୍ଦିଲେ କିଛି ବି ଲାଭ ନାହିଁ ।

ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ପୂରା ଦେଶରେ ପ୍ରତିବାଦ ଦେଖିବାକୁ ମିଳୁଛି । ଏସବୁ ଭିତରେ ବିହାରର ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା କହିଛନ୍ତି, ଏହି ଘଟଣାର ଅଭିଯୁକ୍ତଙ୍କ ପାଇଁ ତେଜସ୍ୱୀ ଯାଦବଙ୍କ ବ୍ୟକ୍ତିଗତ ସହାୟକ ପ୍ରୀତମ କୁମାର ଘର ବୁକିଂ କରିଥିଲେ । ବିଜୟଙ୍କ ଏଭଳି ଅଭିଯୋଗ ପରେ ଏହାକୁ ନେଇ ରାଜନୀତି ତେଜିବାରେ ଲାଗିଛି ।