କନକ ବ୍ୟୁରୋ : ଭାରତୀୟ ବାୟୁସେନାର ବଢିଲା ଶକ୍ତି । ପୂରା ଦେଶ ଚନ୍ଦ୍ରଯାନ-୩ର ସଫଳତାରେ ଉତ୍ସବମୁଖର ହୋଇଥିବା ବେଳେ ଭାରତ ସାମରିକ କ୍ଷେତ୍ରରେ ନିଜର ପରାକ୍ରମ ଦେଖାଇଛି । ସ୍ୱଦେଶୀ ନିର୍ମିତ ତେଜସ ବିମାନରୁ ଅସ୍ତ୍ର ମିସାଇଲର ସଫଳ ପରୀକ୍ଷଣ କରିଛି । ୨୦ ହଜାର ଫୁଟ୍ ଉପରୁ ତେଜସ ବିମାନରୁ ଏହି ସଫଳ ପରୀକ୍ଷଣ ହୋଇଛି । ଯାହା କେବଳ ଟାର୍ଗେଟକୁ ଭେଦ କରିନି ବରଂ ଯେଉଁ ଉଦ୍ଦେଶ୍ୟରେ ପରୀକ୍ଷଣ ହୋଇଥିଲା ତାହାକୁ ପୂରା କରିଛି ।
ଅସ୍ତ୍ର ଏମିତି ଏକ ଅତ୍ୟାଧୁନିକ ମିସାଇଲ ଯାହା ଆକାଶପଥରୁ ଆକାଶପଥରେ ଥିବା ଟାର୍ଗେଟକୁ ନଷ୍ଟ କରିବାରେ ସକ୍ଷମ । କେବଳ ଏତିକି ସୁପରସୋନିକ ମିସାଇଲକୁ ମଧ୍ୟ ଏହା ନଷ୍ଟ କରିବାରେ ମାହିର । ଏହାକୁ ଡିଆରଡିଏଲ, ଆରସିଆଇ ଏବଂ ଅନ୍ୟ ଅନ୍ୟ ପ୍ରତିରକ୍ଷା ପ୍ରତିଷ୍ଠାନ ଦ୍ୱାରା ଡିଜାଇନ ଓ ବିକଶିତ କରାଯାଇଛି ।
ତେଜସ ବିମାନରୁ ଅସ୍ତ୍ର ମିସାଇଲର ସଫଳ ପରୀକ୍ଷଣ ପରେ ଏହା ଜଡିତ ପ୍ରତିଟି ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହାଦ୍ୱାରା ତେଜସର କ୍ଷମତା କେବଳ ବଢିବନି ବରଂ ଅନ୍ୟ ଦେଶରୁ ଆସୁଥିବା ଅସ୍ତ୍ର ଆମଦାନୀ ମଧ୍ୟ ହ୍ରାସ ପାଇବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/LCA-Tejas.jpg)