ମାଲେସିଆର ଶକ୍ତି ପ୍ରଦର୍ଶନ କରିବ ଯୁଦ୍ଧ ବିମାନ ‘ତେଜସ’ ! ଏୟାର ସୋ’ରେ ଦେଖାଇବ ଦମ୍ ।

224

କନକ ବ୍ୟୁରୋ : ଯୁଦ୍ଧ ବିମାନ ତେଜସ ବିଦେଶରେ ନିଜର ଶକ୍ତି ପ୍ରଦର୍ଶନ କରିବ । ମାଲେସିଆରେ ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଥିବା ଲଙ୍ଗାକ୍ୱାବି ଇଂଟରନ୍ୟାସନାଲ ମେରିଟାଇମ ଆଣ୍ଡ ଏରୋସ୍ପେସ ପ୍ରଦର୍ଶନୀରେ ଭାଗ ନେବ ତେଜସ । ଏଥିପାଇଁ ଭାରତୀୟ ବାୟୁସେନା ମାଲେସିଆରେ ପହଂଚିଛି । ଏରୋନେଟିକଲ ଡେଭଲପମେଂଟ ଏଜେନ୍ସି ପକ୍ଷରୁ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡରେ ଭାରତୀୟ ବାୟୁ ସେନା ଓ ନୌସେନା ପାଇଁ ଡିଜାଇନ କରାଯାଇଛି ଏହି ଯୁଦ୍ଧ ବିମାନ ।

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରାଯାଇଥିବା ଏହା ପ୍ରଥମ ଯୁଦ୍ଧ ବିମାନ । ତେବେ ମାଲେସିଆକୁ ଏହି ଯୁଦ୍ଧ ବିମାନ ବିକ୍ରି କରିବା ଲାଗି ଆକୃଷ୍ଟ କରିବା ପାଇଁ ଏହି ଏରୋସ୍ପେସ ପ୍ରଦର୍ଶନୀରେ ତେଜସ ଭାଗ ନେଉଛି ବୋଲି କୁହାଯାଉଛି । ଏଥିପାଇଁ ୨୨ମାର୍ଚ୍ଚରୁ ଭାରତୀୟ ବାୟୁସେନା ମାଲେସିଆରେ ପହଂଚିସାରିଛି । ଏହି ସମରେ ମାଲେସିଆ ବାୟୁସେନା ସହ ଭାରତୀୟ ବାୟୁସେନା ଦ୍ୱିପାକ୍ଷୀକ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।