ରାଜଧାନୀରୁ ନୂଆଦିଲ୍ଲୀକୁ ଗଡ଼ିଲା ତେଜସ ଏକ୍ସପ୍ରେସ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଲେ ଶୁଭାରମ୍ଭ

ରାଜଧାନୀରୁ ନୂଆଦିଲ୍ଲୀକୁ ଗଡ଼ିଲା ତେଜସ ଏକ୍ସପ୍ରେସ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଲେ ଶୁଭାରମ୍ଭ

କନକ ବ୍ୟୁରୋ: ନୂଆ ରୂପରେ ରାଜଧାନୀ ଏକ୍ସପ୍ରେସ । ରାଜଧାନୀରୁ ନୂଆଦିଲ୍ଲୀକୁ ଗଡ଼ିଲା ତେଜସ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଶୁଭାରମ୍ଭ କରିଛନ୍ତି । ତେଜସରେ ଯାତ୍ରୀମାନଙ୍କୁ ଅତ୍ୟାଧୁନିକ ସୁବିଧା ସହ ସୌନ୍ଦର୍ଯ୍ୟପୂର୍ଣ୍ଣ ଆଭ୍ୟନ୍ତରୀଣ ସାଜସଜ୍ଜା ରହିଛି । ବିଶ୍ୱସ୍ତରୀୟ ସୁବିଧା ଦେବାକୁ ଏଥିରେ ରହିଛି ସ୍ମାର୍ଟ ସ୍ଲିପର କୋଚ୍ । ଅନ୍ୟ ଟ୍ରେନ ଅପେକ୍ଷା ତେଜସରେ ଯାତ୍ରୀ ବସିଥିବା ସିଟ୍ ଚଉଡ଼ା ରହିଛି ।

ଅତ୍ୟାଧୁନିକ ଏହି ଟ୍ରେନ ଘଂଟାକୁ ୧୬୦ କିଲୋମିଟର ବେଗରେ ଗତି କରିପାରିବ । ଭୁବନେଶ୍ୱରରୁନୂଆଦିଲ୍ଲୀ ମଧ୍ୟରେ ତେଜସର ଯାତ୍ରା ସମୟରେ ମାତ୍ର ୧୩ଟି ଷ୍ଟେସନରେ ଅଟକିବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe