ରିଲିଜର ଦ୍ୱିତୀୟ ଦିନରେ ବି ଖରାପ ପ୍ରଦର୍ଶନ କଲା କଙ୍ଗନାଙ୍କ ସିନେମା ତେଜସ୍ । ଜାଣନ୍ତୁ କେତେ ହୋଇଛି କଲେକସନ୍

428

କନକ ବ୍ୟୁରୋ : ବିବାଦୀୟ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ସିନେମା ତେଜସ୍ ଏବେ ବକ୍ସ ଅଫିସରେ ଫେଲ ମାରିଛି । ୪୫ କୋଟି ଟଙ୍କା ବିନିଯୋଗରେ ତିଆରି ହୋଇଥିବା ଏହି ସିନେମାର ଦ୍ୱିତୀୟ ଦିନ କଲେକସନ ଦେଖିବା ପରେ ଅନୁମାନ କରାଯାଉଛି କି, ଏହା ସର୍ବାଧିକ ବିନିଯୋଗ ଅର୍ଥ ଆଦାୟ କରିବାରେ ସମର୍ଥ ହୋଇପାରେ । ଅକ୍ଟୋବର ୨୭ ତାରିଖରେ ରିଲିଜ ହୋଇଥିବା ଏହି ସିନେମା ଦୁଇଦିନରେ ମାତ୍ର ୩ କୋଟି ଟଙ୍କା ରୋଜଗାର କରିପାରିଛି ।

ତେଜସ୍ ସିନେମା ବକ୍ସ ଅଫିସରେ ଆଶା ଠାରୁ ବହୁତ କମ୍ ରୋଜଗାର ରିଛି । ରିଲିଜର ପ୍ରଥମ ଦିନରେ ସିନେମା ୧.୨୫ କୋଟି ଟଙ୍କା ବ୍ୟବସାୟ କରିଥିଲା । ସେହିଭଳି ଦ୍ୱିତୀୟ ଦିନରେ ମଧ୍ୟ ୧.୨୫ କୋଟି ଟଙ୍କା ବ୍ୟବସାୟ କରିଛି । ଏହାକୁ ମିଶାଇ ସିନେମାଟି ଏପର୍ଯ୍ୟନ୍ତ ୨.୫୦ କୋଟି ଟଙ୍କା ବ୍ୟବସାୟ କରିଛି ।

ସର୍ବେଶ ମେୱାରାଙ୍କ ନିର୍ଦ୍ଦେଶନାରେ କଙ୍ଗନା ରାଣାୱତଙ୍କ ଅଭିନୀତ ସିନେମା ତେଜସ୍ ନିର୍ମାଣ ହୋଇଛି । ଏହି ସିନେମାରେ ଜଣେ ପାଇଲଟ ତେଜସଙ୍କ କାହାଣୀ କୁହାଯାଇଛି । ଯିଏ କି, ତାଙ୍କ ସାଥୀ ପାଇଲଟ ଆଫିଆ (ଅଂଶୁଲା ଚୌହାନ)ଙ୍କ ସହ ଜଣେ ଭାରତୀୟ ଗୁଇନ୍ଦା ଏଜେଣ୍ଟଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ପଠାଯାଏ । ଉଦ୍ଧାର ଅଭିଯାନ ସମୟରେ ତେଜସ ଏବଂ ଆଫିଆ ଜାଣିବାକୁ ପାଇଲେ ଯେ ଆତଙ୍କବାଦୀମାନେ ରାମ ମନ୍ଦିରରେ ବୋମା ମାଡ କରିବାକୁ ଯାଉଛନ୍ତି । ଯାହା ଦ୍ୱାରା ହିନ୍ଦୁ-ମୁସଲମାନ ସଂପ୍ରଦାୟ ମଧ୍ୟରେ ଦଙ୍ଗା ହୋଇପାରେ ।

ତେଜସ ସିନେମାକୁ ନେଇ କଙ୍ଗନା ବହୁତ କିଛି ଆଶା କରିଥିବା ବେଳେ ଏବେ ତାଙ୍କର ସମସ୍ତ ଆଶା ମଉଳି ଯାଇଛି । ଏହା ପୂର୍ବରୁ କଙ୍ଗନାଙ୍କ ଦୁଇଟି ସିନେମା ଧାକଡ ଏବଂ ଚନ୍ଦ୍ରମୁଖୀ-୨ ମଧ୍ୟ ବକ୍ସ ଅଫିସରେ ଫେଲ୍ ମାରିଥିଲା ।