ପ୍ରମୋଦ ଭଗବତଙ୍କୁ ବିହାରର ଦର୍ଶାଇ ଟ୍ୱିଟ୍ କଲେ ତେଜ ପ୍ରତାପ ଯାଦବ, ବଢିଲା ଚର୍ଚ୍ଚା

310

କନକ ବ୍ୟୁରୋ : ପାର ଅଲିମ୍ପିକ୍ସରେ ଓଡିଆ ପୁଅ ପ୍ରମୋଦ ଦେଖାଇଛନ୍ତି ପରାକ୍ରମ । ପାରା ଅଲିମ୍ପିକ୍ସରେ ବ୍ୟାଟମିଂଟନରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି ଓଡିଆ ପୁଅ । ବ୍ରିଟେନର ଡାନ୍ ବିଥେଲଙ୍କୁ ସିଧାସଳଖ ୨ଟି ସେଟରେ ହରାଇ ସୁନା ଆଣିଛନ୍ତି ପ୍ରମୋଦ ଭଗତ । ଟୋକିଓରେ ସ୍ୱର୍ଣ୍ଣ ବିଜୟ ପରେ ପ୍ରମୋଦଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ମୋଦିଙ୍କଠୁ ଆରମ୍ଭ କରି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିବା ବେଳେ ବିହାର ବିଧାୟ ତେଜ ପ୍ରତାପ ଯାଦବଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ତେଜ ପ୍ରତାପ ଯାଦବ୍ ଟ୍ୱିଟ୍ କରି ଲେଖିଛନ୍ତି, ବ୍ୟାଟମିଂଟନରେ ବିହାର ସୁନା ପୁଅ ପ୍ରମୋଦ ଭଗବତ୍ ଗୋଲ୍ଡ ମେଡାଲ ଜିତି ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି । କେବଳ ବିହାର ରାଜ୍ୟ ପାଇଁ ନୁହେଁ, ଦେଶ ପାଇଁ ମଧ୍ୟ ଗୌର ଆଣିଛନ୍ତି ପ୍ରମୋଦ ଭଗବତ୍ ।
ତେବେ ଏଠାରେ ଆମେ କହି ରଖୁଛୁ କି, ପ୍ରମୋଦ ଭଗବତଙ୍କ ଜନ୍ମ ବିହାର ହୋଇଥିଲେ ବି ପିଲାଟି ଦିନରୁ ସେ ଓଡିଶାରେ ବଢି ଆସିଛନ୍ତି । ଓଡିଶାରେ ରହି ନିଜର ପ୍ରତିଭାକୁ ଆଗକୁ ବଢାଇ ପାରିଛନ୍ତି । ପ୍ରମୋଦ ମଧ୍ୟ ନିଜକୁ ଓଡିଆ ବୋଲି କହି ଗର୍ବ କରନ୍ତି । ପ୍ରମୋଦ ଟୋକିଓ ପାରା ଅଲିମ୍ପିକ୍ସରେ ସୁନା ଜିତିବା ପରେ ସମସ୍ତ ଓଡିଶାବାସୀଙ୍କୁ ଶ୍ରେୟ ଦେଉଥିବା ବେଳେ ତେଜ ପ୍ରତାପ ଯାଦବଙ୍କ ଟ୍ୱିଟ୍ ଏକ ନୂଆ ବିବାଦ ସୃଷ୍ଟି କରିଛି ।