ଶିବବେଶରେ ଲାଲୁ ପୁତ୍ର ! ଶ୍ରାବଣର ଦ୍ୱିତୀୟ ସୋମବାରରେ ସୋସିଆଲ୍ ମିଡିଆରେ ତେଜପ୍ରତାପଙ୍କ ଜଲୱା , ଶିବବେଶଧାରଣ କରି କାଉଡିଆ ଯାତ୍ରାରେ ବାହାରିଲେ ତେଜ୍ ।

93

ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ୍ ପ୍ରତାପ ଯାଦବ ନିଜ ବେଶଭୂଷାକୁ ନେଇ ପୂର୍ବରୁ ଚର୍ଚ୍ଚାରେ ରହିଆସିଛନ୍ତି । ଏବେ ପୁଣି ସେ ସୋସିଆଲ୍ ମିଡିଆରେ ନିଜ ବେଶପୋଷାକକୁ ନେଇ ଭାଇରାଲ୍ ହେଉଛନ୍ତି । ଶ୍ରାବଣ ମାସରେ ଭୋଳାବାବାଙ୍କ ବେଶଧାରଣ କରି ସେ ନିଜ ସମର୍ଥକଙ୍କ ସହ କାଉଡିଆ ଯାତ୍ରାରେ ବାହାରିଛନ୍ତି । ଦେବଘର ଶିବଲିଙ୍ଗରେ ପାଣି ଢାଳିବା ପାଇଁ ସେ ବସଷ୍ଟାଣ୍ଡରେ ଯେତେବେଳେ ପହଁଚିଲେ ତାଙ୍କର ଏହି ରୁପକୁ କ୍ୟମେରାରେ ଉତ୍ତୋଳନ କରିଥିଲେ ପ୍ରଶଂସକ । ତେଜ୍ ପ୍ରତାପଙ୍କୁ ସମର୍ଥନ କରିବା ପାଇଁ ତାଙ୍କ ସଙ୍ଗେ ଅନେକ ଯୁବକ କାଉଡିଆ ଯାତ୍ରା ପାଇଁ ବାହାରିଥିଲେ ।

ତେଜପ୍ରତାପ ଏବଂ ତାଙ୍କ ସହ ଥିବା ଅନ୍ୟ କାଉଡିଆ ଭକ୍ତମାନେ ବୋଲବମ୍ ହର ହର ବମ୍ ର ନାରା ଲଗାଇଥିଲେ । ଏହି ସମୟରେ ବିହାରରେ ଖୁବ୍ ଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି ବୋଲି ମଧ୍ୟ ଲାଲୁଙ୍କ ଲାଲ୍ କହିଥିଲେ । ଏହାପୂର୍ବରୁ ଶ୍ରାବଣର ପ୍ରଥମ ସୋମବାରରେ ମଧ୍ୟ ତାଙ୍କୁ ଶିବବେଶଧାରଣ କରିଥିବା ଦେଖାଯାଇଥିଲା । ତାଙ୍କର ଏଭଳି ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ଏବଂ ଏହି ଫଟୋକୁ ନେଇ ମଧ୍ୟ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି ।