ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ବିଏସଏଫରୁ ବରଖାସ୍ତ ହୋଇଥିବା ଏହି ଯବାନ୍ ! କେବେ ସେନାର ଖରାପ ଖାଦ୍ୟକୁ ଭାଇରାଲ୍ କରି ହୋଇଥିଲେ ଚର୍ଚ୍ଚିତ ।

548

ବୋର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ୍) ରୁ ବାହାର ହୋଇଥିବା ଯବାନ୍ ତେଜ୍ ବାହାଦୁର ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବାରାଣାସୀରେ ନିର୍ବାଚନ ଲଢିବା ପାଇଁ ଘୋଷଣା କରିଛନ୍ତି । ରେୱାଡି ନିବାସୀ ତେଜ୍ ବାହାଦୁର ଶୁକ୍ରବାର ଗଣମାଧ୍ୟମ ସହ କଥାବାର୍ତ୍ତା କରି ରାଜନୀତିରେ ମିଶିବା ପାଇଁ ଘୋଷଣା କରିଥିଲେ । କେବଳ ଏତିିକି ନୁହଁ ସେ କହିଥିଲେ ଯେ ମୋଦି ଭ୍ରଷ୍ଟାଚାର ମୁକ୍ତ ଭାରତ କଥା କହୁଛନ୍ତି କିନ୍ତୁ ମୁଁ ଯେତେବେଳେ ବିଏସଏଫରେ ଖରାପ ଖାଦ୍ୟକୁ ନେଇ ସ୍ୱର ଉତ୍ତୋଳନ କଲି ମୋତେ ବିଏସଏଫର ବାହାର ରାସ୍ତା ଦେଖାଇ ଦିଆଗଲା । ଏଭଳି ସମୟରେ ସେ ମୋଦିଙ୍କ ବିରୋଧରେ ବାରାଣାସୀରେ ଲଢେଇ କରିବେ ।

ତେଜ୍ ବାହାଦୁର୍ ଭ୍ରଷ୍ଟାଚାର ମୁକ୍ତ ଭାରତର ପ୍ରଚାର କରିବେ ବୋଲି ମଧ୍ୟ କହିଥିଲେ । ସେ କିଛି ମାସ ହେଲା ନିର୍ବାଚନ ଲଢିବାକୁ ଚେଷ୍ଟା କରୁଛନ୍ତି । ବାରାଣାସୀର ଏକ ହଜାରରୁ ଅଧିକ ଲୋକ ତାଙ୍କ ସପକ୍ଷରେ ରହିଛନ୍ତି । ସେ ବାରାଣାସିର ଭୋଟର ଲିଷ୍ଟରେ ନିଜ ନାମ ମଧ୍ୟ ଲେଖିସାରିଛନ୍ତି । ଖୁବଶୀଘ୍ର ସେ ବାରାଣାସି ଅଭିମୁଖେ ନିଜ ଦଳ ସହ ଯିବେ । ତେବେ ଆପଣଙ୍କୁ କହିରଖୁଛୁ ତେଜ୍ ବାହାଦୁର ବିଏସଏଫ୍ ରୁ ମିଳୁଥିବା ଖାଦ୍ୟକୁ ଖରାପ କହି ଭିଡିଓ ପ୍ରସ୍ତୁତ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ଯାହାପରେ ସେ ଖୁବ୍ ଚର୍ଚ୍ଚାରେ ଥିଲେ ।