ବଡ଼ବଡିଆଙ୍କ ଦିଅଁ ଦର୍ଶନ । ଏସଓପିକୁ ଉଂଲଘନ କରି ଶ୍ରୀମନ୍ଦିର ପ୍ରବେଶ କରି ପରିବାର ସହ ମହାପ୍ରଭୁଙ୍କ ଦର୍ଶନ କଲେ ସତ୍ୟବାଦୀ ତହସିଲଦାର ।

268

କନକ ବ୍ୟୁରୋ : ବଡ଼ବଡିଆଙ୍କ ଦିଅଁ ଦର୍ଶନ । ଶ୍ରୀମନ୍ଦିର ଖୋଲିବା ପରେ ପୁରୀ ପୌର ସଂସ୍ଥାର ପାଂଟଟି ୱାର୍ଡର ହଜାର ହଜାର ଭକ୍ତ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ଆବଶ୍ୟକୀୟ ଡକ୍ୟୁମେଂଟ ଦେଖାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ହେଲେ ଜଣେ ପ୍ରଶାସନିକ ଅଧିକାରୀ ସୁରକ୍ଷା ବ୍ୟବସ୍ଥାକୁ ଫୁ କରି ଏସଓପିକୁ ଉଂଲଘନ କରି ମନ୍ଦିର ଭିତରକୁ ଯାଇଛନ୍ତି ।

ଶ୍ରୀମନ୍ଦିର ଉତର ଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିଥିଲେ । ପୁଲିସ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ମାନିନଥିଲେ ସତ୍ୟବାଦୀ ତହସିଲଦାର ମନୋଜ ନାୟକ । ନିଜ ପରିବାର ସହ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।

ଆସନ୍ତା ୩୦ ଓ ୩୧ ତାରିଖରେ ପୁରୀ ବାସୀଙ୍କ ସହ ପୁରୀରେ ରହୁଥିବା କର୍ମଜୀବୀ ଓ ଭଡାଟିଆଙ୍କୁ ଦର୍ଶନ ପାଇଁ ସୁଯୋଗ ମିଳିବ । ତେବେ ଏଥିପାଇ ସେମାନଙ୍କୁ ପ୍ରମାଣ ପତ୍ର ଦେଖାଇବାକୁ ହେବ । କିନ୍ତୁ ଏସଓପିକୁ ଉଂଲଘନ କରୀ ସତ୍ୟବାଦୀ ତହସିଲଦାର ମହାପ୍ରଭୁଙ୍କ ଦର୍ଶନ କରିବା ନେଇ ଏବେ ପ୍ରଶ୍ନ ଉଠିଛି ।