ବାଲିଆପାଳରେ ବାଲିମାଫିଆଙ୍କୁ ସାବାଡ କଲେ ତହସିଲଦାର। ସୁବର୍ଣ୍ଣରେଖା ନଦୀରୁ ବାଲି ଚୋରାଚାଲାଣ ପାଇଁ ମାଫିଆ କରିଥିିଲେ ଚୋରାବାଟ।

ବାଲିଆପାଳରେ ବାଲିମାଫିଆଙ୍କୁ ସାବାଡ କଲେ ତହସିଲଦାର। ସୁବର୍ଣ୍ଣରେଖା ନଦୀରୁ ବାଲି ଚୋରାଚାଲାଣ ପାଇଁ ମାଫିଆ କରିଥିିଲେ ଚୋରାବାଟ।

କନକ ବ୍ୟୁରୋ: ସୁବର୍ଣ୍ଣରେଖା ନଦୀରେ ବେଆଇନ୍ ବାଲି ଚାଲାଣ ରୋକିବାକୁ ବହୁ ଚେଷ୍ଟା କଲା ପ୍ରଶାସନ । ଅନେକଥର ବାଲିମାଫିଆଙ୍କଠାରୁ ଜରିମାନା ଆଦାୟ କରିବା ସହ ତାଗିଦ୍ ମଧ୍ୟ କଲେ, ହେଲେ କିଛି ଫରକ ପଡିଲା ନାହିଁ । ଦିନ ରାତି ଡଙ୍ଗା ସାହାଯ୍ୟରେ ବାଲେଶ୍ୱର ସୁବର୍ଣ୍ଣରେଖା ନଦୀରୁ ବାଲି ଉଠାଇ ଟ୍ରାକ୍ଟର ଯୋଗେ ଚୋରା ଚାଲାଣ କଲେ । ଏଥିପାଇଁ ମାଫିଆମାନେ ନଦୀ ପଠାରେ ରାସ୍ତା ତିଆରି କରିଥିଲେ । ଏବେ ବାଲି ମାଫିଆଙ୍କ ସେହି ରାସ୍ତାକୁ ଖୋଳି ଦେଇଛନ୍ତି ତହସିଲଦାର ।

ବାଲିଆପାଳ ତହସିଲଦାର ଦୀପକ କୁମାର ଦାସଙ୍କ ନେତୃତ୍ୱରେ ରାସ୍ତା ଖୋଳା ଚାଲିଛି । ବାଲିଆପାଳ ତହସିଲ ଅନ୍ତର୍ଗତ ପାଳପଡା ଗାଁର ସୁବର୍ଣ୍ଣରେଖା ନଦୀ ପଠାରୁ ବାଲି ଚୋରି ହେଉଛି । ବେଆଇନ୍ ବାଲି ଚୋରିକୁ ରୋକିବା ପାଇଁ ତହସିଲଦାର ଏଭଳି ପଦକ୍ଷେପ ନେଇଛନ୍ତି । ତହସିଲ କର୍ମଚାରୀ, ଶ୍ରୀରାମପୁର ରାଜସ୍ୱ ନୀରିକ୍ଷକ, ବାଲିଆପାଳ ଆର.ଆଇ ଓ ବାଲିଆପାଳ ପୁଲିସ ସହଯୋଗରେ ରାସ୍ତାକୁ ଖୋଳି ଦିଆଯାଇଛି । ରାସ୍ତା ନଷ୍ଟ ହୋଇଗଲେ ନଦୀରୁ ବାଲି ଟ୍ରାକ୍ଟର ଯାଇପାରିବ ନାହିଁ । ତେଣୁ ଏଭଳି ପଦକ୍ଷେପ ନେଇଛନ୍ତି ତହସିଲଦାର । ବାଲିମାଫିଆଙ୍କୁ ସାବାଡ କରିବା ପାଇଁ ତହସିଲଦାର ଦୀପକ କୁମାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe