ଆଜିକାଲି ଅଧିକାଂଶ ଲୋକ ନିଜର ହଳଦିଆ ଦାନ୍ତକୁ ନେଇ ଚିନ୍ତିତ ଅଛନ୍ତି। ସେମାନେ କିପରି ଦାନ୍ତକୁ ଚକ୍ଚକ୍ କରିବେ,ସେଥିପାଇଁ ଦନ୍ତ ଚିକିତ୍ସକଙ୍କ ପାଖକୁ ବି ଯାଇଥାନ୍ତି। ହେଲେ ଆପଣ କ’ଣ ଜାଣନ୍ତି ଏହାର ଘରୋଇ ଉପାୟ ଅଛି। ଏହାର ଅବଲମ୍ବନ କଲେ ଦାନ୍ତ ଧଳା ଓ ଚକ୍ ଚକ୍ ଦିଶିବ।
ପ୍ରଥମ କଥା ହେଲା ଦାନ୍ତକୁ ଅତିକମ୍ରେ ଦୁଇ ଥର ଭଲ ଭାବେ ବ୍ରଶ୍ କରନ୍ତୁ। ତା’ ଛଡ଼ା ମାଉଥ୍ ଓ୍ଵାସରେ ଦିନ ଭିତରେ ଥରେ ଭଲ ଭାବେ ମୁହଁକୁ ସଫା କରନ୍ତୁ। ଏପରି କରିଲେ ଦାନ୍ତରେ ଜମାଥିବା ମଇଳା ଦୂର ହୋଇଥାଏ। ହଳଦୀରେ ସୋରିଷ ତେଲ ଓ ଲୁଣ ମିଶାଇ ଦାନ୍ତରେ ବ୍ରଶ୍ ଭଳି ହାତରେ ଘଷିଲେ ହଳଦିଆ ଦାନ୍ତ ବି ସଫା ହୋଇଥାଏ ଓ ଚକ୍ ଚକ୍ ଦିଶେ। ଖାଲି ସେତିକି ନୁହେଁ,ଦାନ୍ତ ମଜଭୁତ ବି ହୋଇଥାଏ। ଦାନ୍ତ ହଳଦିଆ ପଡ଼ିଯାଇଥିଲେ ଖାଇବା ସୋଡ଼ା ଦାନ୍ତରେ ଘଷିଲେ ମଧ୍ୟ ଦାନ୍ତ ଚକ୍ଚକ୍ ଦିଶେ। ଠିକ୍ ସେହିପରି ପ୍ରତିଦିନ ଗୋଟିଏ କଞ୍ଚା ଗାଜର କାଟି ଚୋବାଇ ଚୋବାଇ ଖାଇଲେ ଦାନ୍ତ ପରିଷ୍କାର ହେବାରେ ସହାୟକ ହୋଇଥାଏ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/AdobeStock_23842166.jpeg)
/kanak/media/post_attachments/wp-content/uploads/2019/01/carrot-teeth-300x200.jpg)