ବେଳେ ବେଳେ ଆମର ସଉକ ଘାତକ ସାବ୍ୟସ୍ତ ହୋଇଥାଏ। ଆମେରିକାର କଲମ୍ବିଆରେ ଘଟିଥିବା ଏହି ଘଟଣା ବିଷୟରେ ଜାଣିଲେ ଆପଣଙ୍କ ଲୋମଟାଙ୍କୁରି ଉଠିବ । ଜଣେ ଟାଟୁ ପ୍ରିୟ ଗର୍ଭବତୀ ମହିଳା ତାଙ୍କ ଶରୀରର ଏପରି ସ୍ଥାନରେ ଟାଟୁ କଲେ, ଯାହା ଦ୍ୱାରା ତାଙ୍କ ଜୀବନ ଏକପ୍ରକାର ବରବାଦ ହୋଇଗଲା । ଯଦି ଆପଣ ଟାଟୁ ସୌଖୀନ୍ ତେବେ ଏହି ଖବରକୁ ନିଶ୍ଚିତ ପଢନ୍ତୁ।
ଆଜିକାଲି ଶରୀରର ବିଭିନ୍ନ ଅଙ୍ଗରେ ଟାଟୁ କରିବାର ଏକ ଫ୍ୟାସନ୍ ଚାଲିଛି । ଏହା ଯୁବପିଢି ମଧ୍ୟରେ ଅଧିକ ଦେଖିବାକୁ ମିଳୁଛି । ଜଣେ ଟାଟୁ ପ୍ରିୟ ଗର୍ଭବତୀ ମହିଳା ତାଙ୍କ ସ୍ତନରେ ଟାଟୁ କରିଥିଲେ। ଏହା ପରେ ତାଙ୍କ ସହ ଯାହା ହେଲା, ତାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ୟ୍ୟ ଲାଗିବ ନିଶ୍ଚୟ । କଲୋମ୍ବିଆର ଜନୈକା ଯୁବତୀ ଲୁସିଆ ନିଜ ସ୍ତନରେ ଟାଟୁ କରିଥିଲେ ଓ ଏହି ଟାଟୁ ଯୋଗୁ ତାଙ୍କ ସ୍ତନରେ ସାମାନ୍ୟ ସଂକ୍ରମଣ ହୋଇଥିଲା । ଧିରେ ଧିରେ ଏହି ସଂକ୍ରମଣ ଏପରି ଭୟଙ୍କର ରୂପ ନେଲା ଯେ ତାଙ୍କୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଲା । ଡାକ୍ତର ଏହା ଦେଖି କହିଲେ ଆପଣ ଆସିବାରେ ବହୁତ ଡେରି କରିଦେଲେ।
ଅସ୍ତ୍ରୋପଚାର ବିନା ଏହାର ଚିକିତ୍ସା ଅସମ୍ଭବ । ଏହା ପରେ ସେ ଅସ୍ତ୍ରୋପଚାର କରିବାକୁ ରାଜି ହୋଇଗଲେ। କିନ୍ତୁ ସବୁଠାରୁ ବଡ଼ ଅସୁବିଧା ଥିଲା କି ସେ ଗର୍ଭବତୀ ଥିଲେ । ଏହି ଅସ୍ତ୍ରୋପଚାର ଦ୍ୱାରା ତାଙ୍କ ସନ୍ତାନ ଉପରେ କୁପ୍ରଭାବ ପଡିବ ବୋଲି ଡାକ୍ତର କହିଥିଲେ । କିନ୍ତୁ ସେ ତାଙ୍କ ଶରୀରରେ ଯନ୍ତ୍ରଣା ବଢ଼ିବାକୁ ଲାଗିଲା। କଷ୍ଟ ସହି ନ ପାରି ଲୁସି ଅସ୍ତ୍ରୋପଚାର କରିଥିଲେ ଓ ଅତ୍ୟଧିକ ମେଡିସିନ୍ ଖାଇବା ଦ୍ୱରା ତାଙ୍କ ସନ୍ତାନ ନଷ୍ଟ ହୋଇଯିବା ସହ ମେରୁଦଣ୍ଡ ମଧ୍ୟ ପ୍ରଭାବିତ ହୋଇଯାଇଥିଲା। ଯାହା ଫଳରେ ସେ ସବୁଦିନ ପାଇଁ ହୁଇଲଚେୟାରରେ ବସିବାକୁ ପଡ଼ିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/Capture-5.jpg)
/kanak/media/post_attachments/wp-content/uploads/2018/10/c37b762e7a07d713962d77616cd1ac5c-forever-tattoo-coral-300x300.jpg)
/kanak/media/post_attachments/wp-content/uploads/2018/10/19702379c9786c504fe2c30f2aaf9395-195x300.jpg)