ଜମ୍ମୁ ଓ କଶ୍ମୀରରେ ପାକିସ୍ତାନ ପଟୁ ଜାରି ରହିଛି ଗୁଳି ଚାଳନା : ଭାରତୀୟ ସେନାର ମୁହଁ ତୋଡ ଜବାବ

ଜମ୍ମୁ ଓ କଶ୍ମୀରରେ ପାକିସ୍ତାନ ପଟୁ ଜାରି ରହିଛି ଗୁଳି ଚାଳନା : ଭାରତୀୟ ସେନାର ମୁହଁ ତୋଡ ଜବାବ

source- www.ndtv.com

କନକ ବ୍ୟୁରୋ : ଜମ୍ମୁ ଓ କଶ୍ମୀରରେ ପାକିସ୍ତାନ ପଟୁ ପୁଣି ଗୁଳିଚାଳନା ହୋଇଛି । ରାମଗହର ସାମ୍ବା ସେକ୍ଟରରେ ପାକିସ୍ତାନର ଆକ୍ରମଣରେ ଦୁଇ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ପାକିସ୍ତାନର ଆକ୍ରମଣର ମୁହଁ ତୋଡ ଜବାବ ଦେଉଛି ଭାରତୀୟ ସେନା । ସକାଳ ପ୍ରାୟ ୬ଟା ୩୦ରୁ ସାମ୍ବା ସେକ୍ଟରରେ ଗୁଳିଚାଳନା ଜାରି ରହିଛି । ସେପଟେ ନୌସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ସୀମା ଆରପଟରୁ ମୋର୍ଟାରରେ ଆକ୍ରମଣ କରାଯାଇଛି । ସୋମବାର ଦିନ ମେଣ୍ଢର ଅଂଚଳରେ ଅସ୍ତ୍ରବିରତି ଉଲ୍ଳଙ୍ଘନ କରିଥିଲା ପାକିସ୍ତାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe