Washing machine Photograph: (google)
ୱାସିଂ ମେସିନ୍ କିଣିବା ପାଇଁ ଚାହୁଛନ୍ତି କିନ୍ତୁ ମାସ ଶେଷକୁ ବଜେଟ୍ ସାଥ୍ ଦେଉନି କି ? ତା’ହେଲେ ଚିନ୍ତା କରନ୍ତୁ ନାହିଁ । ଅନଲାଇନ୍ ଇ-କମର୍ସ ପ୍ଲାଟଫର୍ମରେ ଭଲ ରିହାତିରେ ମିଳୁଛି ୱାସିଂ ମେସିନ୍ । ଯେଉଁଠାରେ ଆପଣ ୨୦ ହଜାର ଟଙ୍କା ତଳକୁ ଭଲ ୱାସିଂ ମେସିନ୍ କିଣିବାର ଲାଭ ଉଠାଇ ପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ପ୍ଲାଟଫର୍ମରେ କେତେ ରିହାତିରେ ମିଳୁଛି ୱାସିଂ ମେସିନ୍ ।
Godrej 8 Kg: ଗୋଦରେଜ କମ୍ପାନିର ଏହି ୱାସିଂ ମେସିନ୍ ଆପଣ ଅନଲାଇନ୍ ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ୪୫ % ରିହାତି ସହିତ ୧୭,୯୯୦ ଟଙ୍କାରେ କିଣିପାରିବେ । ଯଦି ଆପଣ ୱାସିଂ ମେସିନକୁ EMI ରେ କିଣିବାକୁ ଚାହୁଛନ୍ତି ତା’ହେଲେ ନୋ କାଷ୍ଟ୍ ଇଏମଆଇର ଅପ୍ସନ୍ ଆପଣଙ୍କୁ ମିଳିଯିବ ।
Whirlpool 6.5 kg : ୱର୍ଲପୁଲ୍ କମ୍ପାନିର ଏହି ୱାସିଂ ମେସିନ୍ ୨୦ ହଜାର ଟଙ୍କାର ବଜେଟରେ ଆପଣଙ୍କୁ ମିଳିଯିବ । ୫ ଷ୍ଟାର୍ ରେଟିଂର ଏହି ୱାସିଂ ମେସିନ୍ ଅଟୋମେଟିକ୍ । ଏହାକୁ ଆପଣ ଆମାଜନ୍-ଫ୍ଲିପକାର୍ଟରେ ଡିସକାଉଣ୍ଟ୍ ସହିତ ପାଖାପାଖି ୧୪,୨୯୦ ଟଙ୍କାରେ କିଣିପାରିବେ ।
Samsung 8 kg : ସାମସଙ୍ଗ୍ ବ୍ରାଣ୍ଡର ଏହି ୱାସିଂ ମେସିନରେ ଆପଣଙ୍କୁ ଅନେକ ଫିଚର୍ସ ମିଳିଯିବ । ଏଥିରେ ସଫ୍ଟ କ୍ଲୋଜିଙ୍ଗ୍ ଡୋରର ସୁବିଧା ମିଳିବ । ଅଟୋମେଟିକ୍ ଟପ୍ ଲୋଡ୍ ୱାସିଂ ମେସିନକୁ ରିହାତିରେ ୧୯,୯୯୦ ଟଙ୍କାରେ ଆପଣ ଆମାଜନରୁ କିଣିପାରିବେ ।
Voltas Beko 7.0 Kg : ୪୨ % ରିହାତି ସହ ଏହି ୱାସିଂ ମେସିନ୍ ଆପଣଙ୍କୁ ୧୭,୪୯୦ ଟଙ୍କାରେ ମିଳିଯିବ । ଏହାକୁ ଆପଣ EMI ରେ ମଧ୍ୟ କିଣି ପାରିବେ । ଏହି ୱାସିଂ ମେସିନ୍ ଅନ୍ୟ ମେସିନ୍ ଭଳି ଅଟୋମେଟିକ୍ ।
Haier 6 kg : ଯଦି ଆପଣଙ୍କ ବଜେଟ୍ କମ୍ ଅଛି ଏବଂ ଅଧିକ ଫିଚର୍ସ ଯୁକ୍ତ ୱାସିଂ ମେସିନ୍ କିଣିବାକୁ ଚାହୁଛନ୍ତି ତା’ହେଲେ ୧୨,୭୯୦ ଟଙ୍କାରେ କିଣିପାରିବେ । ଏହି ୱାସିଂ ମେସିନ୍ ଆପଣ ଆମାଜନ୍ ଏବଂ ଫ୍ଲିପକାର୍ଟରୁ ଶସ୍ତାରେ କିଣିପାରିବେ ।
Follow Us