ସେପ୍ଟେମ୍ବର ୬ରୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ : କୋଭିଡ୍ କଟକଣା ପାଳନ କରିବାକୁ ନିର୍ଦ୍ଦେଶ

569

କନକ ବ୍ୟୁରୋ : ରାଜ୍ୟରେ କରୋନା ପ୍ରକୋପ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୬ରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ହୋଇଛି । ପୂର୍ବରୁ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏବେ ସବୁ ସେମିଷ୍ଟର ଛାତ୍ରଛାତ୍ରୀ ଆସି କ୍ଲାସ କରିବା ସହ ଶିକ୍ଷା ଗ୍ରହଣ କରିପାରିବେ ।

ଏ ନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକୁ ଚିଠି ଲେଖି ଅବଗତ କରାଯାଇଛି । ଏଥିସହିତ ୫ ତାରିଖରୁ ହଷ୍ଟେଲ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି । ଆବଶ୍ୟକ ସ୍ଥଳେ କ୍ଲାସରୁମରେ ଗହଳି କମାଇବାକୁ ବିଭିନ୍ନ ବ୍ୟାଚ୍ କରି ଅଧିକ ସମୟ ଶିକ୍ଷାଦାନ କରାଇବାକୁ କୁହାଯାଇଛି । ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ୍ ଟିଚିଂ ରେକର୍ଡ କରି ସେମାନଙ୍କୁ ପଠାଇବାକୁ ପରାମର୍ଶ ଦିଆଯାଇଛି ।