କେଉଁଠି ଏବଂ କେତେବେଳେ ଉଠାଇଥିଲେ ଫଟୋ ଜାଣିବାକୁ ଚାହୁଁଛନ୍ତି କି ? ଆପଣଙ୍କ ମୋବାଇଲରେ ଏଭଳି କରନ୍ତୁ ସେଟିଂ ।

83

ସ୍ମାର୍ଟଫୋନ ଏବେ ସମସ୍ତେ ବ୍ୟବହାର କରୁଛନ୍ତି । ପ୍ରତ୍ୟକଟି ବ୍ୟକ୍ତିଙ୍କ ହାତରେ ସ୍ମାର୍ଟ ଫୋନ ଦେଖିବାକୁ ମିଳିଯାଇଥାଏ । ମୋବାଇଲରେ ଅନେକ ସୁବିଧା ଉପଲବ୍ଧ ଥିବାରୁ ୟୁଜର୍ସମାନେ ଅନେକ କାମ ମୋବାଇଲ ଦ୍ୱାରା ଘରେ ବସି ପୁରା କରିଥାନ୍ତି । କିନ୍ତୁ ମୋବାଇଲରେ କିଛି ଏପରି ଅପସନ ରହିଛି ଯାହା ଏବେ ଯାଏ ୟୁଜର୍ସମାନେ ଜାଣିନାହାନ୍ତି ।

ସ୍ମାର୍ଟଫୋନରେ ଏପରି ଏକ ସିଷ୍ଟମ ରହିଛି ଯାହା ଦ୍ୱାରା ଜାଣିହେବ ଗୋଟେ ଫଟୋକୁ କେଉଁଠାରେ ଉଠାଯାଇଥିଲା । ମୋଟାମୋଟି ଭାବେ କହିବକୁ ଗଲେ ଏହି ସିଷ୍ଟମ ଦ୍ୱାରା ଯେକୌଣସି ଫଟୋର ଲୋକେସନ ଜାଣିହେବ । ଏଥିପାଇଁ ୟୁଜର୍ସମାନଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ଏହି ସିଷ୍ଟମ ମହଙ୍ଗା ସ୍ମାର୍ଟଫୋନ ଠାରୁ ଆରମ୍ଭ କରି ସସ୍ତା ସ୍ମାର୍ଟଫୋନରେ ମଧ୍ୟ ଉପଲବ୍ଧ ରହିଛି । ତେବେ ଏହି ସିଷ୍ଟମ ମୋବାଇଲରେ ସେଟିଙ୍ଗ କରି ଗତ ଦୁଇବର୍ଷ ମଧ୍ୟରେ ଉଠାଯାଇଥିବା ଯେକୌଣସି ଫଟୋର ଲୋକେସନ ଜାଣିପାରିବେ । ତେବେ ଆସନ୍ତୁ ଜାଣିବା ସେହି ସିଷ୍ଟମ ବିଷୟରେ ଯାହା ଦ୍ୱାରା ଆମେ ପୁରୁଣା ଫଟୋକ ଲୋକେସନକୁ ଯାଣିପାରିବା ।

ଆଣ୍ଡ୍ରଏଡ ଫୋନରେ ଏପରି କରନ୍ତୁ ଲୋକେଶନ ଅନ୍ ।

• ପ୍ରଥମେ ସ୍ମାର୍ଟଫୋନର କ୍ୟାମେରା ଆପକୁ ଓପନ କରନ୍ତୁ ।
• କ୍ୟାମେରା ଆପର ସେଟିଂକୁ ଯାଆନ୍ତୁ ।
• ଏଠାରେ ଆପଣଙ୍କୁ ଲୋକେସନ ଟ୍ୟାଗ ଏବଂ ସେଭ ଲୋକେସନ ଅପସନ ମିଳିବ, ଏଠାରେ ଟ୍ୟାଗ କରି ଏହାକୁ ଇନେବଲ କରନ୍ତୁ ।

ଯଦି ଆପଣ ଆଇଫୋନ ବ୍ୟବହାର କରୁଛନ୍ତି ତେବେ ଆପଣ ଏପରି କରନ୍ତୁ ଲୋକେସନ ଟ୍ୟାଗ ଅନ

• ପ୍ରଥମେ ଆପଣ ଆଇଫୋନ ସେଟିଂକୁ ଯାଆନ୍ତୁ ।
• ଏଠାରେ ଆପଣଙ୍କୁ ପ୍ରାଇଭେସି ଅପ୍ସନ ଦେଖିବାକୁ ମିଳିବ ।
• ଏବେ ଲୋକେସନ ସର୍ଭିସକୁ ଅନ କରନ୍ତୁ ।
• ଏହାପରେ ସ୍କ୍ରଲ ଡାଉନ କରନ୍ତୁ ଏବଂ କ୍ୟାମେରା ଅପ୍ସନକୁ ଟ୍ୟାଗ କରନ୍ତୁ ।
ଏପରି ସେଟିଙ୍ଗ କରିବା ଦ୍ୱାରା ଆପଣଙ୍କ ସ୍ମାର୍ଟଫୋନର ଫଟୋ ଲୋକେସନ ଅନ ହୋଇଯିବ । କିନ୍ତୁ ଏହି ଲୋକେସନକୁ ଦେଖିବା ପାଇଁ ଆପଣଙ୍କୁ ଆଉ ଏକ ଟିପ୍ସକୁ ଫଲୋ କରିବାକୁ ପଡିବ ।

ଆଣ୍ଡ୍ରଏଡରେ ଦେଖନ୍ତୁ ଫଟୋ ଲୋକେସନ

• ସ୍ମାର୍ଟଫୋନର ଡିଫଲ୍ଟ ଗ୍ୟାଲେରୀ ଆପକୁ ଓପନ କରନ୍ତୁ । ଏହାପରେ କୌଣସି ବି ଗୋଟିଏ ଫଟୋକୁ ଟ୍ୟାପ କରି ସିଲେକ୍ଟ କରନ୍ତୁ । ଏଠାରେ ଆପଣଙ୍କୁ ଉପରେ ଦୁଇ କିମ୍ବା ତିନୋଟି ବିନ୍ଦୁ ଦେଖିବାକୁ ମିଳିବ ସେଠାରେ ଟ୍ୟାପ କରନ୍ତୁ । ଏହା ପରେ ଆପଣଙ୍କୁ ଇନଫୋ କିମ୍ବା ଡିଟେଲ୍ସ ଅପ୍ସନ ମିଳିବ, ଏହାପରେ ସେଠାରେ ଟ୍ୟାପ କରିବାକୁ ପଡିବ ।
ଏବେ ଆପଣ ଫଟୋର ଲୋକେସନକୁ ଦେଖିପାରିବେ । ଏହାଛଡା ଆପଣ ଫଟୋର ସାଇଜ, ସଟର ସ୍ପିଡ, ଆଇଏସଓ ଭଳି ଅନ୍ୟାନ୍ୟ ବିଷୟରେ ମଧ୍ୟ ସୂଚନା ପାଇପାରିବେ ।