ବଜାରକୁ ଆସୁଛି ନୂଆ ଆଇଫୋନ୍

ଜାଣନ୍ତୁ କଣ ରହିଛି ନୂଆ ଫିଚର ସବୁ

1,189

କନକ ବ୍ୟୁରୋ: ଆପଲ୍ ପ୍ରତିବର୍ଷ ସେପ୍ଟେମ୍ବରରେ ନୂଆ ଆଇଫୋନ୍ ସିରିଜ୍ ଲଞ୍ଚ କରେ |

ଚଳିତ ବର୍ଷ ମଧ୍ୟ  12 କିମ୍ବା 13 ସେପ୍ଟେମ୍ବରରେ ଏକ ଇଭେଣ୍ଟରେ ଏହାର ନୂତନ ଆଇଫୋନ୍ ଲଞ୍ଚ କରିବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ ।

ଆପଲ୍ ର ପରମ୍ପରା ଅନୁଯାୟୀ, ସମ୍ଭବତ ଚାରୋଟି ନୂତନ ମଡେଲ୍ ବଜାରକୁ ଛାଡ଼ିବ ଯଥା – ଆଇଫୋନ୍ 15, ଆଇଫୋନ୍ 15 ପ୍ଲସ୍, ଆଇଫୋନ୍ 15 ପ୍ରୋ ଏବଂ ଆଇଫୋନ୍ 15 ପ୍ରୋ ମ୍ୟାକ୍ସ |

ଏହା ବ୍ୟତୀତ ବଜାର ବିଶେଷଜ୍ଞ ମାନଙ୍କର  ରିପୋର୍ଟ ଅନୁଯାୟୀ, ନୂତନ ଆଇଫୋନ୍ ଗୁଡିକ ସେପ୍ଟେମ୍ବର 15 ରେ ପ୍ରି-ଅର୍ଡର ପାଇଁ ଉପଲବ୍ଧ ହେବ ଏବଂ ତା’ପରେ ସେପ୍ଟେମ୍ବର 22 ରେ ବିକ୍ରି ପାଇଁ ଉପଲବ୍ଧ ହେବ ।

ଜାଣନ୍ତୁ କଣ ରହିଛି ନୂଆ ଫିଚର ସବୁ ।

କମ୍ପାନୀ ଆଇଫୋନ୍ 15 ର ସମସ୍ତ ମଡେଲରେ ତାରଯୁକ୍ତ ଚାର୍ଜିଂ ଯୋଗାଇବ କି ନାହିଁ ତାହା ଏବେଠୁ କହିବା କଷ୍ଟକର । ଏହା ସର୍ବଦା ଦେଖାଯାଇଛି ଯେ ଆପଲ୍ ପ୍ରଥମେ ଏହାର ପ୍ରୋ ମଡେଲରେ ଏକ ନୂତନ ବୈଶିଷ୍ଟ୍ୟ ଦେଇଥାଏ ଏବଂ  ତା’ପରେ ଏହା ଏହାକୁ ଅଣ-ପ୍ରୋ ମଡେଲ୍ ରେ ଉପଲବ୍ଧ କରାଇଥାଏ ।

ଗତ ବର୍ଷ ଆଇଫୋନ୍ 14 ଏବଂ ଆଇଫୋନ୍ 14 ପ୍ଲସରେ 20W ତାରଯୁକ୍ତ ଚାର୍ଜିଂ ସ୍ପିଡ୍ ଏବଂ ଆଇଫୋନ୍ 14 ପ୍ରୋ ଏବଂ ଆଇଫୋନ୍ 14 ପ୍ରୋ ମ୍ୟାକ୍ସରେ 27W ଚାର୍ଜିଂ ସ୍ପିଡ୍ ଦେଇଥିଲା । ଯଦି ମିଳିଥିବା ତଥ୍ୟ ଅନୁଯାୟୀ  ଆପଲ୍ 35W ର ତାରଯୁକ୍ତ ଚାର୍ଜିଂ ଦିଏ, ତେବେ ଏହାର ସିଧା ମୁକାବିଲା ସାମସଙ୍ଗର ପ୍ରିମିୟମ୍ ରେଞ୍ଜ୍ ଫୋନ୍ ସାମସଙ୍ଗ ଗାଲାକ୍ସି S23 (25W ଚାର୍ଜିଂ ସ୍ପିଡ୍), ଗାଲାକ୍ସି S23 + (45W ଫାଷ୍ଟ ଚାର୍ଜିଂ ସ୍ପିଡ୍) ସହ ହେବ ।

ଆଇଫୋନ୍ 14 ପ୍ରୋ ସିରିଜ୍ ପରି, ‘ଆଇଫୋନ୍ 15 ପ୍ରୋ’ରେ କିଛି ନୂତନ ବୈଶିଷ୍ଟ୍ୟ ରହିଛି ଯାହା ତାକୁ ଏକ ସ୍ୱତନ୍ତ୍ର ପରିଚୟ ଦେବ ବୋଲି ଆପଲ୍ କର୍ତ୍ତୃପକ୍ଷ ଦାବି କରିଛନ୍ତି ।  ଯାହା ଆଇଫୋନ୍ 14ସିରିଜରେ ଉପଲବ୍ଧ ନାହିଁ |

ଏଥିରେ କିଛି  ନୂଆ ଫିଚର ଅଛି  ଯାହା ସେପ୍ଟେମ୍ବରରେ ହେବାକୁ ଥିବା ଆପଲ୍ ଲଞ୍ଚ ଇଭେଣ୍ଟ ପୂର୍ବରୁ ପ୍ରଘଟ ହୋଇଯାଇଛି ।

 

ଉଲ୍ଲେଖନୀୟ ଅପଗ୍ରେଡ୍ ସହ ନୂତନ ଆଇଫୋନ୍ 15 ପ୍ରୋ ମଡେଲଗୁଡିକ ବଜାରକୁ ଆସିବ ବୋଲି ଜଣାପଡିଛି | ଯେମିତି ତା ନିଜର ପାରମ୍ପରିକ ଚାର୍ଜର ବଦଳରେ USB-C ଚାର୍ଜିଙ୍ଗ ପୋର୍ଟ। ଏକ ନୂତନ ଆଡଭାନ୍ସଡ ପେରିସ୍କୋପ୍ କ୍ୟାମେରା, ଆପଲ୍ ର ନୂତନ A17 ଚିପସେଟ୍ ଏବଂ ଆହୁରି ଅଧିକ | ଏହିପରି କିଛି ନୂଆ ଫିଚର ଅଛି  ଯାହା ସାଧାରଣତଃ ଲଞ୍ଚ ସମୟରେ ଜଣା ପଡିଥାଏ କିନ୍ତୁ ଏହା ଲଞ୍ଚ ପୂର୍ବରୁ ବଜାରରେ ପ୍ରଘଟ ହୋଇଯାଇଛି ।

ଆଇଫୋନ୍ 15 ପ୍ରୋ ଏବଂ ଆଇଫୋନ୍ 15 ପ୍ରୋ ମ୍ୟାକ୍ସର କିଛି ମୁଖ୍ୟ ପରିବର୍ତ୍ତନ ।

ଆଇଫୋନ୍ 15 ପ୍ରୋ ଏବଂ ପ୍ରୋ ମ୍ୟାକ୍ସ ସେମାନଙ୍କ ପୂର୍ବ ଆଇଫୋନ୍ 14 ପ୍ରୋ ଏବଂ ପ୍ରୋ ମ୍ୟାକ୍ସ ପରି ଡିଜାଇନ୍ ବଜାୟ ରଖିବା ବୋଲି  ଆଶା କରାଯାଉଛି  | ଏହି ନୂତନ ମଡେଲ ଗୁଡିକରେ 6.1-ଇଞ୍ଚ ଏବଂ 6.7-ଇଞ୍ଚ OLED ସ୍କ୍ରିନ ରହିବ ।  ଏଥିରେ ଭିନ୍ନ ଧରଣର ହାର୍ଡୱେର ଅଛି ଯାହା ଉଭୟ କ୍ୟାମେରା ଏବଂ ଫେସ୍ ଆଇଡି ପାଇଁ ସ୍ବତନ୍ତ୍ର ଭାବେ ତିଆରି କରାଯାଇଛି ।

ବିଶେଷ ସୂତ୍ରରୁ ପ୍ରକାଶ ଯେ ଆଇଫୋନ୍ 15 ପ୍ରୋ ମଡେଲଗୁଡିକରେ ସେମାନଙ୍କର ଆଇଫୋନ୍ 14 ପ୍ରୋ ପ୍ରତିପକ୍ଷଙ୍କ ତୁଳନାରେ ବହୁତ ପତଳା ବେଜେଲ୍ ରହିବ ଯାହାକୁ ସ୍ଲିମ ବେଜେଲ ବୋଲି କୁହାଯାଏ | ସ୍କ୍ରିନ ଗୁଡିକ ପୂର୍ବ ମଡେଲ ଭଳି ସମତଳ ଫର୍ମ(ଫ୍ଲାଟ)ରେ ରହିବ ଯାହାକୁ ଆପଲ୍ ବଦଳେଇବାକୁ ଚାହୁଁନାହିଁ । ଲୁକ ପାଇଁ ପ୍ରସିଦ୍ଧ ତା ବକ୍ରାକାର କୋଣ(କର୍ଭ)ରେ କୌଣସି ପରିବର୍ତ୍ତନ ଆଣିବାର ସମ୍ଭାବନା ନାହିଁ ବୋଲି ଶୁଣାଯାଉଛି ।

 

ଆଇଫୋନ୍ 15 ପ୍ରୋ ଏବଂ ପ୍ରୋ ମ୍ୟାକ୍ସ ପାଇଁ ଆପଲ୍  ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଉପରେ ବିଚାର କରୁଥିବା କଥା  କୁହାଯାଉଛି । ସାଇଡ ଫ୍ରେମ ଗୁଡିକରେ ଏବେ  ଷ୍ଟିଲ ବଦଳରେ ଟାଇଟାନିୟମ୍ ରେ ତିଆରି ହେବ ବୋଲି ଜଣାପଡିଛି । ଟାଇଟାନିୟମ୍ ଗୁଡିକ ଷ୍ଟିଲ ତୁଳନାରେ ଅପେକ୍ଷାକୃତ ହାଲକା ଏବଂ ଦୀର୍ଘସ୍ଥାୟୀ । ଯେହେତୁ ଟାଇଟାନିୟମ୍ ଷ୍ଟିଲ ତୁଳନାରେ ଅଧିକ ମୁଲ୍ୟବାନ ତେଣୁ ନୂତନ ଫୋନଗୁଡିକର ନିଶ୍ଚିତ ମୂଲ୍ୟବୃଦ୍ଧି ଘଟିବାର ସମ୍ଭାବନା ରହିଛି ।

 

ଆପଲ୍ ଆଇଫୋନ୍ 15ର  ମ୍ୟୁଟ୍ ସୁଇଚ୍ ରେ ଏକ ପରିବର୍ତ୍ତନ କରିବାକୁ ଚିନ୍ତା କରୁଥିବା ଜଣାଯାଇଛି | ନୂତନ ଆଇଓଏସ୍ ବିଟା ସଂସ୍କରଣରେ ଥିବା ଏହି ନୂତନ ଫିଚର ଉପଭୋକ୍ତାମାନଙ୍କୁ ବିଭିନ୍ନ କାର୍ଯ୍ୟ ପରିଚାଳନା କରିବାକୁ ସହଜ କରିବ ।  ଯେପରିକି ସାଇଲେଣ୍ଟ ମୋଡ୍ କଣ୍ଟ୍ରୋଲ୍, ଫ୍ଲାସ୍ ଲାଇଟ୍ ଆକ୍ଟିଭେସନ୍, ଫୋକସ୍ ମୋଡ୍ ଏନଗେଜମେଣ୍ଟ, ଏବଂ ଆଇଫୋନ୍ କ୍ୟାମେରା ଆପ୍ ମଧ୍ୟରେ ଟ୍ରାନ୍ସଲେଟ୍ ଆପ୍ ଏବଂ ମ୍ୟାଗ୍ନିଫାୟର୍ ଆକ୍ସେସ୍ କରିବା ।  ଏହି ନୂତନ ବଟନ୍ ଦ୍ଵାରା ଉପଭୋକ୍ତା ମାନେ ଆଇଫୋନ୍ 15 ସିରିଜର ସାମଗ୍ରିକ ଉପଯୋଗିତାକୁ ବ୍ୟବହାର କରିବାକୁ ଅତି ସହଜ ହେବ ।

ସମଗ୍ର ଆଇଫୋନ୍ 15 ସିରିଜରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି । ନିଜର ଚିରାଚରିତ ଚାର୍ଜିଙ୍ଗ ପୋର୍ଟକୁ USB-C ପୋର୍ଟ ସହିତ ବଦଳାଇବା | ସମଗ୍ର ୟୁରୋପରେ ଚାର୍ଜିଙ୍ଗ ପୋର୍ଟ ପାଇଁ ଏହି ନିୟମ ବାଧ୍ୟତାମୂଳକ ଅଟେ ।  ଏହି ନୂତନ ପରିବର୍ତ୍ତନ ଭାରତ ସମେତ ବିଶ୍ୱ ବଜାରରେ ଲାଗୁ ହେବ ବୋଲି ଜଣାଯାଇଛି।

 

ପ୍ରୋ ମ୍ୟାକ୍ସ ଭାରିଆଣ୍ଟରେ ପେରିସ୍କୋପ୍ ଲେନ୍ସ ଏକ ନୂତନ ବୈଶିଷ୍ଟ୍ୟ ହୋଇପାରେ ।  ଯେଉଁଥିରେ  5-6x ପର୍ଯ୍ୟନ୍ତ ଅପ୍ଟିକାଲ୍ ଜୁମ୍ ହୋଇ ପାରିଥାଏ  କିନ୍ତୁ ଏହା 2023 ର ପ୍ରୋ ମଡେଲରେ ଉପଲବ୍ଧ ହେବ ନାହିଁ। ଏହାର ବଦଳରେ  ଆଇଫୋନ୍ 14 ପ୍ରୋ ମ୍ୟାକ୍ସ ବର୍ତ୍ତମାନ ଏକ 3x ଅପ୍ଟିକାଲ୍ ଜୁମ୍ ପ୍ରଦାନ କରୁଛି , ଯାହା ଆଇଫୋନ୍ 15 ପ୍ରୋ ଭାରିଆଣ୍ଟରେ ମଧ୍ୟ ବଜାୟ ରହିବ ବୋଲି ଆକଳନ କରାଯାଉଛି | ଅଧିକନ୍ତୁ ଏହି ଉପକରଣଗୁଡ଼ିକୁ ଆପଲ୍ ସୋନି କମ୍ପାନିରୁ ଆଣୁଥିବାର ଜଣାଯାଏ ।  ଏହାର ପରିବର୍ତ୍ତିତ ପଛ କ୍ୟାମେରା ଲିଡାର ସ୍କାନର୍ ଯୁକ୍ତ ଅଟେ । ଏହି ପରିବର୍ତ୍ତନ  ଅତି ଗଭୀରତମ ସେନ୍ସିଙ୍ଗ କ୍ଷମତା ପ୍ରଦାନ କରିବ ବୋଲି ଆଶା କରାଯାଏ ।

ଆଶା କରାଯାଉଛି ଯେ ଆଇଫୋନ୍ 15 ପ୍ରୋ ଏବଂ ପ୍ରୋ ମ୍ୟାକ୍ସ ଆପଲ୍ ର ନେକ୍ସ୍ଟ ଜେନେରେଶନ A17 ଚିପସେଟ୍ ବ୍ୟବହାର କରିବ । ଯାହା ତା ନିଜର ଏ-ସିରିଜ୍ ର ପ୍ରଥମ  3-ନାନୋମିଟର ଚିପସେଟ ।

ମୂଲ୍ୟ ମଧ୍ୟ ପ୍ରକାଶ ପାଇଛି ।

ଫୋନର ଲଞ୍ଚ ତାରିଖ ବ୍ୟତୀତ ଏହାର ମୂଲ୍ୟ ମଧ୍ୟ ପ୍ରକାଶ ପାଇଛି। ସୂତ୍ର  ଅନୁଯାୟୀ, ଆଇଫୋନ୍ 15 ପ୍ରୋ ଆଇଫୋନ୍ 14 ପ୍ରୋ ଠାରୁ 100 ରୁ 100 ଡଲାର ଅଧିକ ହେବ ଏବଂ ଆଇଫୋନ୍ 15 ପ୍ରୋ ମ୍ୟାକ୍ସ ଆଇଫୋନ୍ 14 ପ୍ରୋ ମ୍ୟାକ୍ସ ଠାରୁ 100 ରୁ 200 ଟଙ୍କା ଅଧିକ ହେବ। ତେବେ ସଠିକ୍ ସୂଚନା କେବଳ କମ୍ପାନୀର ଅଫିସିଆଲ୍ ରିପୋର୍ଟ ଆସିଲା ପରେ ଜଣା ପଡିବ।