5 ଟି ଏପରି ଉଦ୍ଭାବନ ଯାହା ଆପଣ ଜାଣିନାହାନ୍ତି ।

ଜାଣିଲେ ଭାରତୀୟ ବୋଲି ଗର୍ବରେ ଛାତି ଫୁଲି ଉଠିବ ।

184

କନକ ବ୍ୟୁରୋ: ଭାରତୀୟ ମାନଙ୍କ ଦ୍ଵାରା 5 ଟି ଏପରି ଉଦ୍ଭାବନ ହେଇଛି , ଯାହାଦ୍ଵାରା ବିଶ୍ବର ଭାରତ ପ୍ରତି ଦୃଷ୍ଟିଭଙ୍ଗୀ ବଦଳି ଯାଇଛି ।

 

ଆଜିର ସମୟରେ ଆମେ ସମସ୍ତେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି । ବିନା ଇଣ୍ଟରନେଟ୍ ରେ ଆଜିର ଜୀବନ କଳ୍ପନା କରିବା ଅସମ୍ଭବ ମନେହେଉଛି । ଆମେ ପ୍ରତିଦିନ ଏହା ସହ ଜଡିତ ଅନ୍ୟାନ୍ୟ ଉଦ୍ଭାବନ ମଧ୍ୟ ବ୍ୟବହାର କରୁଛୁ ।  କିନ୍ତୁ ଅନେକ ଲୋକ ଜାଣିନାହାନ୍ତି ଯେ  ଇଣ୍ଟରନେଟ୍ ସମ୍ବନ୍ଧୀୟ ଉଦ୍ଭାବନରେ ଭାରତୀୟମାନଙ୍କର ଏକ ବଡ଼ ଅବଦାନ ରହିଛି | ଯଦି ଭାରତୀୟମାନେ ଏହି ସବୁ ଜିନିଷ ଉଦ୍ଭାବନ କରିନଥାନ୍ତେ ତେବେ ଆମେ ଆଜି କୋଉଠି ଥାଆନ୍ତେ ତାହା କଳ୍ପନାର ବାହାରେ । ବୋଧହୁଏ  ଆମେ ଆଜି ବହୁତ ପଛରେ ପଡ଼ି ଯାଇଥାନ୍ତେ ।

 

ଆସନ୍ତୁ ଜାଣିବା କଣ ଏହି 5 ଟି ଉଦ୍ଭାବନ ।

 

ବେତାର ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା(wireless technology):- ଆମେ କଥାବାର୍ତ୍ତା ପାଇଁ ମୋବାଇଲ୍, କର୍ଡଲେସ୍ ଏବଂ ୱାକି-ଟକି ବ୍ୟବହାର କରୁ ।  କିନ୍ତୁ ଆପଣ କେବେ ଭାବିଛନ୍ତି କି ରେଡିଓ କନେକ୍ଟିଭିଟି ତରଙ୍ଗ କିଏ ଉଦ୍ଭାବନ କରିଛି ।  ରେଡିଓ କନେକ୍ଟିଭିଟି ତରଙ୍ଗର ଉଦ୍ଭାବନ  ଭାରତୀୟ ବୈଜ୍ଞାନିକ ସାର୍ ଜଗଦୀଶ ଚନ୍ଦ୍ର ବୋଷଙ୍କ ଦ୍ଵାରା କରାଯାଇଥିଲା ।  ଯାହା ଆଧାରରେ ମୋବାଇଲ୍, କର୍ଡଲେସ୍ ଏବଂ ୱାକି-ଟକି କାମ କରେ ।

ଇ’ମେଲ:- ଆଜିର ସମୟରେ, ଆମେ ସମସ୍ତେ ଇମେଲ୍ ବ୍ୟବହାର କରୁଛୁ । ଏହା ଏକ ଭର୍ଚୁଆଲ୍ ID ।  ଏହା ଭାରତୀୟ ବୈଜ୍ଞାନିକ ଭିଏ ଶିବ ଆୟାଦୁରାଇଙ୍କ ଦ୍ଵାରା ଉଦ୍ଭାବିତ ହୋଇଥିଲା ।  ଯିଏ ଜଣେ ଭାରତୀୟ ମୂଳ ଆମେରିକୀୟ ନାଗରିକ ଅଟନ୍ତି ।

USB: – ମୋବାଇଲ୍, ଲାପଟପ୍ ଏବଂ କମ୍ପ୍ୟୁଟରରେ ବ୍ୟବହୃତ USB ପୋର୍ଟକୁ ଭାରତୀୟ ବୈଜ୍ଞାନିକ ଅଜୟ ଭଟ୍ଟ ଉଦ୍ଭାବନ କରିଥିଲେ | ଭଟ୍ଟ ଜଣେ ଭାରତୀୟ-ଆମେରିକୀୟ କମ୍ପ୍ୟୁଟର ବିଜ୍ଞାନୀ ଅଟନ୍ତି ।

ଅପ୍ଟିକାଲ୍ ଫାଇବର:- ଇଣ୍ଟରନେଟର ଦ୍ରୁତ ସଂଯୋଗ ପାଇଁ ଅପ୍ଟିକାଲ୍ ଫାଇବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ପଞ୍ଜାବର ମୋଗାରେ ଜନ୍ମିତ ପଦାର୍ଥ ବିଜ୍ଞାନୀ ନରିନ୍ଦର ସିଂଙ୍କ କମ୍ପାନୀ ଦ୍ୱାରା ଉଦ୍ଭାବନ କରାଯାଇଥିଲା । ଆଜିର ସମୟରେ ବିଶ୍ଵର ପ୍ରାୟ ସମସ୍ତ ଦେଶ  ଅପ୍ଟିକାଲ୍ ଫାଇବର ମାଧ୍ୟମରେ ଇଣ୍ଟରନେଟ୍ ସହିତ ସଂଯୁକ୍ତ ଅଟନ୍ତି ।

UPI: – UPI ଯଥା ୟୁନିଫାଏଡ଼ ପେମେଣ୍ଟ ଇଣ୍ଟରଫେସ ବିଶ୍ୱକୁ ଭାରତର ଅବଦାନ । ଏହା ହେଉଛି ଦ୍ରୁତତମ ଏବଂ ନିର୍ଭରଯୋଗ୍ୟ ପେମେଣ୍ଟ ଗେଟୱେ, ଯାହା ଦ୍ରୁତ ଗତିରେ ବିଶ୍ୱରେ ବିସ୍ତାର କରୁଛି । UPI କୁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଅର୍ଥାତ୍ NPCI ଦ୍ୱାରା ବିକଶିତ କରାଯାଇଛି |