ବୈଜ୍ଞାନିକମାନେ ଉଦ୍ଭାବନ କଲେ କୃତ୍ରିମ ଆଖି ! ଏଣିକି ଦୃଷ୍ଟି ଶକ୍ତି ହରାଇ ବସିଥିବା ଲୋକ ବି ଦେଖିପାରିବେ ସାରା ଦୁନିଆ ।

51

ବୈଜ୍ଞାନିକ ପ୍ରଥମଥର ପାଇଁ କୃତ୍ରିମ ଆଖିର ଉଦ୍ଭାବନ କରିଛନ୍ତି । ଏଥିରେ ଲାଇଟ ରେସିପ୍ଟର ଲଗାଯାଇଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ଭବିଶ୍ୟତରେ ଇଲୋକ୍ଟ୍ରୋନିକ ଆଖି ବ୍ୟବହାର କରି ଦୃଷ୍ଟିଶକ୍ତି ହରାଇଦେଇଥିବା ଲୋକ ପୁନର୍ବାର ତାର ଦୃଷ୍ଟିଶକ୍ତି ଫେରିପାଇବ ଏବଂ ସାରା ଦୁନିଆକୁ ଦେଖିପାରିବ ।

ୟୁନିଭରସିଟି ଅଫ ମିନିସୋଟା ବୈଜ୍ଞାନିକମାନେ ଅର୍ଧ ଗୋଲାକାର କାଚ ଖଣ୍ଡରେ ଥ୍ରି-ଡି ପ୍ରିଣ୍ଟ କୃତ୍ରିମ ଆଖି ତିଆରି କରିଚନ୍ତି । ପ୍ରିଣ୍ଟ ବାହାରିବା ପାଇଁ ବିଶେଷ ଥ୍ରି-ଡି ପ୍ରିଣ୍ଟରେ ସିଲଭର କଣିକାରେ ତିଆରି କାଳିର ବ୍ୟବହାର କରାଯାଇଛି । ଏହି କାଳିର ବିଶେଷତା ହେଉଛି ଏହା ଗୋଟିଏ ସ୍ଥାନରେ ଜମା ହୋଇ ରହିଥାଏ କେଉଁଆଡେ ବୋହିଯାଏ ନାହିଁ ।

ପ୍ରଫେସର ମାଇକଲ ମ୍ୟାକ ଅଲ୍ପାଇନଙ୍କ କହିବା ଅନୁସାରେ , ଏବେଯାଏ ଇଲୋକ୍ଟ୍ରୋନିକ ଆଖିକୁ ଏକ କଳ୍ପନା କରାଯାଉଥିଲା । କିନ୍ତୁ ଏବେ ଏହା ସତ ହୋଇଛି । ଇଲୋକ୍ଟ୍ରୋନିକ ଆଖି ତିଆରି କରିବା ଏକ ଆଶ୍ଚର୍ଯ୍ୟଜନକ ସଫଳତା । ପ୍ରଫେସର ଏହା ମଧ୍ୟ କହିଛନ୍ତି ଏବେ ବହୁତ କିଛି କରିବା ବାକି ରହିଛି । ଆଗକୁ ଥିବା ରିସର୍ଚରେ ଇଲୋକ୍ଟ୍ରୋନିକ ଆଖି ତିଆରି କରିବା ପାଇଁ ଅଧିକ ରେସିପ୍ଟରଲ ଯୁକ୍ତ ସାମ୍ପୁଲ ତିଆରି କରାଯିବ । ଏହି ଆଖି ତିଆରି କରିବା ପାଇଁ ବୈଜ୍ଞନିକମାନେ ଏପରି ଏକ ପଦାର୍ଥର ବ୍ୟବହାର କରିବାକୁ ଯାଉଛନ୍ତି ଯାହାଦ୍ୱାରା ଇଲୋକ୍ଟ୍ରୋନିକ ଆଖି ବାସ୍ତବ ଆଖି ଭଳି କାମ କରିପାରିବ ।