ବଡ଼ ପରଦାକୁ ଆସିବ ସୀମା-ସଚିନଙ୍କ ପ୍ରେମକାହାଣୀ । ସିନେମା ‘କରାଚିଠୁ ନୋଏଡ଼ା’ର ପ୍ରଥମ ଟ୍ରେଲର ଜାରି

137

କନକ ବ୍ୟୁରୋ : ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କ କାହାଣୀକୁ ନେଇ ପ୍ରସ୍ତୁତ ସିନେମା ‘କରାଚି ଟୁ ନୋଏଡା’ର ଟ୍ରେଲର ରିଲିଜ ହୋଇଛି । ନୋଏଡାରେ ରହୁଥିବା ଭାରତୀୟ ଯୁବକ ସଚିନଙ୍କ ପ୍ରେମରେ ପଡି ନିଜ ୪ ଛୁଆଙ୍କୁ ଧରି ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ତିଆରି ହୋଇଛି ଏହି ଫିଲ୍ମ । ରିଲିଜ ହୋଇଥିବା ୩ ମିନିଟ୍ ଟ୍ରେଲରରେ ଦମଦାର ଡାଇଲଗ ରହିଛି । ତେବେ ଏହି ସିନେମାରେ ସୀମା ହାଇଦରଙ୍କ ବ୍ୟତିତ ସୀମାଙ୍କ ସ୍ୱାମୀ ସଚିନ୍ ମିନା, ସୀମାଙ୍କ ପାକିସ୍ତାନ ପତି ଗୁଲାମ ହାଇଦରଙ୍କ ଚରିତ୍ରରେ ନୂଆ କଳାକାରଙ୍କ ଅଭିନୟ ରହିଛି    । ଫିଲ୍ମରେ ସୀମାଙ୍କୁ ର” ଏଜେଂଟ ଭାବେ ଦର୍ଶାଯାଇଛି । ଏଥିରେ ସୀମାଙ୍କ ଭୂମିକାରେ ଫରହିନ୍ ଫାଲର ନଜର ଆସିଥିବା ବେଳେ ସଚିନଙ୍କ ଭୂମିକାରେ ଅଭିନୟ କରିଛନ୍ତି ଆଦିତ୍ୟ ରାଘବ । ସେହିପରି ଟ୍ରେଲରରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଲାଲୁ ଯାଦବଙ୍କ ଭଳି ଚରିତ୍ର ବି ରହିଛନ୍ତି । ଏହି ନିଆରା ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ସିନେମାର ନିର୍ଦ୍ଦେଶନା ଭାର ଜୟନ୍ତ ସିହ୍ନା ତୁଲାଇଥିବା ବେଳେ ଏହାର ପ୍ରଯୋଜନା କରିଛନ୍ତି ଅମିତ ଜାନି ଓ ଭାରତୀ ସିଂ । ତେବେ ଟ୍ରେଲର ରିଲିଜ ହେବା ମାତ୍ରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏବେ ଦେଖିବାକୁ ବାକି ରହିଛି ଆଗାମୀ ଦିନରେ ଫିଲ୍ମଟି କେତେ ମାତ୍ରା ସଫଳ ହେଉଛି ।