ଉତ୍ତର କୋରିଆ ତାନାଶାହଙ୍କ ଆଖିରେ ଲୁହ । ହେଲେ କାହିଁକି କାନ୍ଦିଲେ କିମ୍ ଜଙ୍ଗ୍-ଉନ୍?

702

କନକ ବ୍ୟୁରୋ: ନିଜ କଠୋର ନିଷ୍ପତି ତଥା ନିର୍ଦ୍ଦୟ ଚରିତ୍ର ପାଇଁ ସାରା ବିଶ୍ୱରେ ପରିଚିତ ଉତ୍ତର କୋରିଆର ଏକଛତ୍ରବାଦ ଶାସକ ହେଉଛନ୍ତି କିମ୍ ଜଙ୍ଗ୍-ଉନ୍ । ଆମେରିକା ଭଳି ଦେଶକୁ ଭୟ କରୁନଥିବା ଏହି ଏକଛତ୍ରବାଦ ଶାସକ କାହିଁକି କାନ୍ଦୁଛନ୍ତି ତାକୁ ନେଇ ଚର୍ଚ୍ଚା ବଢିଛି । କିମ୍ ଜଙ୍ଗ୍-ଉନ୍ ଏବେ ଗୁରୁତର ସମସ୍ୟା ଦେଇ ଗତି କରୁଛନ୍ତି । ଯାହାକୁ ନେଇ ସେ ଏବେ ଏତେ ଚିନ୍ତିତ ଯେ, ଏବେ ସମର୍ଥନ ମାଗିବା ଆରମ୍ଭ କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ତାଙ୍କ ଦେଶରେ ହ୍ରାସ ପାଉଥିବା ଜନସଂଖ୍ୟାକୁ ନେଇ ଚିନ୍ତିତ ଅଛନ୍ତି । ଜନ୍ମ ହାରରେ ହ୍ରାସ ସେମାନଙ୍କ ପାଇଁ ଏକ ସମସ୍ୟା ସୃଷ୍ଟି କରିଛି । ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ୍ ଜଙ୍ଗ୍-ଉନ୍ ମହିଳାମାନଙ୍କୁ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ଅନୁରୋଧ କରିବା ପରେ କାନ୍ଦୁଥିବା ଜଣାପଡିଛି ।

ଜାତିସଂଘର ତଥ୍ୟ ଅନୁଯାୟୀ, ଉତ୍ତର କୋରିଆରେ ଜଣେ ମହିଳାଙ୍କ ଠାରୁ ଜନ୍ମ ନେଉଥିବା ଶିଶୁଙ୍କ ହାରାହାରି ସଂଖ୍ୟା ୧.୮ ଅଟେ । ଏହାଦ୍ୱାରା ଏହି କମ୍ୟୁନିଷ୍ଟ ଦେଶରେ ଜନ୍ମ ହାର ହ୍ରାସ ପାଇଛି । କିମ୍ ଜଙ୍ଗ୍ ଉନ୍ ମହିଳାମାନଙ୍କୁ ଫୋନ୍ କରି ତାଙ୍କ ସମସ୍ୟା ବିଷୟରେ ପଚାରିଥିଲେ । “ଜନ୍ମ ହାର ହ୍ରାସକୁ ରୋକିବା ଏବଂ ପିଲାମାନଙ୍କର ଭଲଭାବେ ଯତ୍ନ ନେବା ହେଉଛି ଆମ ସମସ୍ତଙ୍କ କାମ । ସେ କହିଛନ୍ତି ଯେ ଜନ୍ମ ହାରରେ ହେଉଥିବା ଏହି ହ୍ରାସକୁ ରୋକିବା ପାଇଁ ସମସ୍ତେ ପ୍ରୟାସ କରିବା ଉଚିତ । ତେବେ ଉତ୍ତର କୋରିଆର ଆଖପାଖ ଦେଶରେ ଜନ୍ମ ହାର ମଧ୍ୟ ହ୍ରାସ ପାଇଛି । ଏଥିରେ ଚୀନ, ଜାପାନ ଏବଂ ଦକ୍ଷିଣ କୋରିଆ ସାମିଲ ଅଛନ୍ତି ।