କନକ ବ୍ୟୁରୋ: କୁହାଯାଏ. ଚାଷକାମ ଯାହାର କେଡେ ସୁଖ ତାହାର । କିନ୍ତୁ ଯେଉଁ ଦୃଶ୍ୟ ସାମ୍ନାକୁ ଆସୁଛି ତାକୁ ଦେଖିଲେ ଆପଣ ଭାବିପାରୁଥିବେ ଏହି ଉକ୍ତିର ଯଥାର୍ଥତା କେତେ । ନିଆଳି ବ୍ଲକ ସରାକୂଳରେ ଏବେ ପନିପରିବା ଚାଷକରି କାନ୍ଦୁଛନ୍ତି ଚାଷୀ । ପନିପରିବାର ବିକ୍ରୀ ନ ହୋଇ ବିଲରେ ସଢୁଛି । ମୂଳା ଓ କୋବିର ଅଭାବୀ ବିକ୍ରୀ ଯୋଗୁଁ ଚାଷୀ ମୁଣ୍ଡରେ ଚଡକ ପଡିଛି । ଫଳରେ କୋବି ଓ ମୂଳାକୁ ନ ତୋଳି ବିଲରେ ଛାଡିଦେଇଛି ଚାଷୀ । ମୂଳା ଗଛରେ ବୁଢା ହେଲାଣି । ଆଉ କୋବିକୁ କିଣିବାକୁ ଗ୍ରାହକ ନାହାନ୍ତି ।
ନିଆଳି ଅଞ୍ଚଳର ପ୍ରାୟ ୭୦ ଭାଗ ଚାଷୀ ପନିପରିବା ଚାଷ ଉପରେ ନିର୍ଭର କରିଥାନ୍ତି । ଉପକୂଳ ଅଞ୍ଚଳର ପନିପରିବା ଚାହିଦାକୁ ନିଆଳିର ଚାଷୀ ହିଁ ପୂରଣ କରିଥାନ୍ତି । ଚଳିତବର୍ଷ ଏଠାକାର ଚାଷୀ କୋବି ଓ ମୂଳା ଚାଷ କରିଥିଲେ । ଭଲ ଚା, ବି ହୋଇଥିଲା । କିନ୍ତୁ ଏବେ କୋବି ଓ ମୂଳାର ଅଭାବ ବିକ୍ରୀ ଦେଖାଦେଇଛି । ମୂଳା ୧୦ ବିଡାକୁ ୧୦ ଟଙ୍କା ହୋଇଥିବାବେଳେ କୋବି ଗୋଟାକୁ ୫ଟଙ୍କା ହୋଇଛି । ଆଉ ବିଲରୁ ପରିବା ତୋଳି ଭଡା ଗାଡିରେ ନେଇ ବଜାରରେ ବିକ୍ରୀ କରିବା ଚାଷୀଙ୍କ ପାଇଁ ସମ୍ଭବ ହୋଇନାହିଁ । ତେଣୁ ମୂଳା ଓ କୋବିକୁ ବିଲରେ ଛାଡିଦେଇଛି ଚାଷୀ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପନିପରିବା ଚାଷ କରିିଥିଲା ଚାଷୀ । କିନ୍ତୁ ଏବେ ଚାଷର ମୂଳଟଙ୍କା ମିଳିବା କଷ୍ଟକର ହୋଇପଡିଛି ।
Follow Us